ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ଉଦ୍ୟମ କରିବା ସ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା

Advertisment
ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

Image Courtesy of DT Next

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ମେରଠର ଲୋହିୟା ନଗର ଥାନା ଅଞ୍ଚଳସ୍ଥ ଜାହିଦପୁରରେ ବସବାସ କରୁଥିବା ଜଣେ ଓକିଲ ସ୍ବାମୀ ସ୍ତ୍ରୀଙ୍କ ଅତ୍ୟାଚାର ସହି ନପାରି ଥାନାରେ ପହଞ୍ଚିଛନ୍ତି।

ଥାନାରେ ପହଞ୍ଚି ଓକିଲ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ମୁଁ ଜ୍ବାଲାପୁର ହରିଦ୍ବାରରେ ରହୁଥିବା ଯୁବତୀଙ୍କୁ ଗତ ୬ବର୍ଷ ତଳେ ବିବାହ କରିଥିଲି। ବିବାହ ପରଠାରୁ ସେ ମୋତେ ଗୋଟିଏ ଦିନ ବି ଶାନ୍ତିରେ ରହିବାକୁ ନେଇ ନାହିଁ। ପ୍ରତିଦିନ ଝଗଡ଼ା ଓ ଅଶାନ୍ତିରେ ‌ମୋର ଦିନ କଟିଛି। ଏମିତି କି ସେ ମୋତେ ମାଡ଼ ମାରିବାକୁ ପଛାଇ ନଥିଲା।

ନିକଟରେ ମୋତେ ମାଡ଼ ମାରିବା ପରେ ସ୍ତ୍ରୀର ମନ ବୁଝିଲା ନାହିଁ ଯେ ସେ ମୋର ଗୁପ୍ତାଙ୍ଗ କାଟିବାକୁ ଉଦ୍ୟମ କରିଥିଲା। କିନ୍ତୁ ଅଳ୍ପକେ ମୁଁ ତାର ଆକ୍ରମଣରୁ ରକ୍ଷା ପାଇଯାଇଛି। ଏମିତି କି ସେ ତାର ବାପାଘରେ ମୋତେ ରହିବାକୁ ଜୋରଜବରଦସ୍ତି କରିଥାଏ। ମୁଁ ତା କଥାରେ ରାଜି ନହେବାରୁ ଅନେକଥର ସ୍ତ୍ରୀ ସହିତ ତାର ବାପା, ଭାଇ ଓ ମା’ ବି ମୋତେ ମାଡ଼ ମାରିଛନ୍ତି।’

ଏହି ଘଟଣାକୁ ନେଇ ସ୍ତ୍ରୀ କହିଛନ୍ତି, ‘ସ୍ବାମୀଙ୍କ ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଅଛି। ମୁଁ ଏହା ଜାଣିବା ପରେ ତାଙ୍କୁ ଏହି ଘଟଣା ବିଷୟରେ ପଚାରିବାରୁ ସେ ମୋତେ ମାଡ଼ ମାରିବା ସହିତ ଘରୁ ବାହାରି ଯିବାକୁ ଧମକ ଦେଇଛନ୍ତି।’

ପୁଲିସ ଅଧିକାରୀ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ବୟାନ ରେକର୍ଡ କରି ଥାନାରେ ଦୁହିଁଙ୍କୁ ଅଟକ ରଖି ଘଟଣାର ଯାଞ୍ଚ କରୁଛନ୍ତି। ବାସ୍ତବ ଘଟଣା କ’ଣ ସେ ନେଇ ଦୁଇପରିବାରଲୋକଙ୍କୁ ପଚାରି ବୁଝା ଯାଉଛି।। ଯାଞ୍ଚ ପରେ କୌଣସି ପଦକ୍ଷେପ ନିଆଯାଇ ପାରିବ ‌ବୋଲି ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe