ସ୍ତ୍ରୀ ଅଧିକ ଖର୍ଚ୍ଚ କରିବାରୁ ସ୍ବାମୀ ଗାଳି ଦେବା ମହଙ୍ଗା ପଡ଼ିଲା 

Advertisment
ସ୍ତ୍ରୀ ଅଧିକ ଖର୍ଚ୍ଚ କରିବାରୁ ସ୍ବାମୀ ଗାଳି ଦେବା ମହଙ୍ଗା ପଡ଼ିଲା 

India.com

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ନିଜ ସ୍ତ୍ରୀଙ୍କୁ ଅଧିକ ଖର୍ଚ୍ଚ ପାଇଁ ଗାଳି କରିବା ମହଙ୍ଗା ପଡ଼ିଛି। ଏଥିରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଓ୍ବାଇପରରେ ପିଟି ପିଟି ସ୍ବାମୀଙ୍କୁ ଗୁରୁତର କରି ଦେଇଥିବା ଜଣାପଡ଼ିଛି।

ଏଭଳି ଏକ ଘଟଣା, ଦିଲ୍ଲୀର ମୟୁର ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଘରେ ସ୍ତ୍ରୀଙ୍କୁ ଅଧିକ ଖର୍ଚ୍ଚ କରୁଥିବାରୁ ଗାଳି ଦେଇଥିଲେ ଏବଂ ଖର୍ଚ୍ଚ କମ୍ କରିବାକୁ ବାରମ୍ବାର ବୁଝାଇ ଆସିଥି‌ଲେ। ତେବେ ସ୍ବାମୀ କାହିଁକି ଖର୍ଚ୍ଚ କରିବାକୁ ମନା କଲେ ଏଥିରେ ସ୍ତ୍ରୀ ରାଗି ଯାଇ ଓ୍ବାଇପରରେ ସ୍ବାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

domestic violence: ज्यादा खर्च करने पर पति ने टोका, पत्नी ने दौड़ा-दौड़ाकर  वाइपर से की पिटाई - refused to give money angry wife beat husband with the  wiper | Navbharat Times Navbharat Times

ପଡ଼ିଶା ଘର ଏହି ଘଟଣା ସମ୍ପର୍କ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ବ୍ୟକ୍ତିଙ୍କୁ ଲାଲ ବାହାଦୁର ହସ୍ପିଟାଲରୁ ଘରକୁ ଛାଡ଼ି ଦିଆଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଉକ୍ତ ବ୍ୟକ୍ତିଙ୍କ ନିଜର ବ୍ୟବସାୟ ଥିଲା । କିନ୍ତୁ ଲକଡାଉନ୍ ହେତୁ ସବୁକିଛି ଠପ ହୋଇ ଯାଇଥିଲା। ଏଥିପାଇଁ ଆର୍ଥିକ ସମସ୍ୟା ଆସି ଛିଡ଼ା ହୋଇଥିଲା। ଯେଉଁଥିପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପୀଡିତ ସ୍ତ୍ରୀ ତାଙ୍କୁ ଟଙ୍କା ମାଗିବାରୁ ସେ ଟଙ୍କା ନଥିବା ଏବଂ ସାଙ୍ଗଙ୍କଠୁ କରଜ କରି ଆଣିବା କଥା କହିଥିଲେ। ଏଥିରେ ସ୍ତ୍ରୀ ରାଗି ଯାଇ କବାଟ ବନ୍ଦ କରି ତାଙ୍କୁ ପିଟିବାକୁ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe