କରୱାଚୌଥ ଦିନ ସ୍ବାମୀଙ୍କୁ ପ୍ରେମିକା ସହ ଦେଖି ନିସ୍ତୁକ ପିଟିଲେ ସ୍ତ୍ରୀ

Advertisment

କରୱାଚୌଥ ଦିନ ସ୍ବାମୀଙ୍କୁ ପ୍ରେମିକା ସହ ଥିବା ଦେଖି ନିସ୍ତୁକ ଛେଚିଲେ ସ୍ତ୍ରୀ। ଭିଡିଓ ଭାଇରାଲ। ସ୍ତ୍ରୀକୁ ଛାଡ଼ି ପ୍ରେମିକା ସହ ରହିବାକୁ ଜିଦ କରିଥିଲେ ଶିକ୍ଷକ। ଘଟଣାର ଯାଞ୍ଚ କରୁଛି ପୁଲିସ।

କରୱାଚୌଥ ଦିନ ସ୍ବାମୀଙ୍କୁ ପ୍ରେମିକା ସହ ଥିବା ଦେଖି ନିସ୍ତୁକ ଛେଚିଲେ ସ୍ତ୍ରୀ। ଭିଡିଓ ଭାଇରାଲ। ସ୍ତ୍ରୀକୁ ଛାଡ଼ି ପ୍ରେମିକା ସହ ରହିବାକୁ ଜିଦ କରିଥିଲେ ଶିକ୍ଷକ। ଘଟଣାର ଯାଞ୍ଚ କରୁଛି ପୁଲିସ।

ewrt


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହାରେ କରୱାଚୌଥ ଦିନ ସ୍ବାମୀଙ୍କୁ ପ୍ରେମିକା ସହିତ ସ୍ତ୍ରୀ ଧରିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।

ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କ ସ୍ବାମୀ ଓ ତାଙ୍କ ପ୍ରେମିକାଙ୍କୁ କାବୁ କରି ହେପାଜତକୁ ନେଇଛି। କୁହାଯାଉଛି କି ପୁଲିସ ହାତରେ ଧରାପଡ଼ିଥିବା ମହିଳାଙ୍କ ସ୍ବାମୀ ଜଣେ ସରକାରୀ ଶିକ୍ଷକ ଥିବା ବେଳେ ତାଙ୍କର ପ୍ରେମିକା ହେଉଛନ୍ତି ଜଣେ ଅଙ୍ଗନବାଡ଼ି କର୍ମଚାରୀ।

ସୂଚନାଯୋଗ୍ୟ, ପୁଲିସ ହେପାଜତରେ ଥିବା ହସନପୁର ବ୍ଲକ ଅଞ୍ଚଳରେ ଥିବା ଏକ ପ୍ରାଥମିକ ସ୍କୁଲର ସହାୟକ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମଚାରୀଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ରହିଆସିଛି। ଗ୍ରାମବାସୀ ବି ଶିକ୍ଷକଙ୍କୁ ଅନେକଥର ଅଙ୍ଗନବାଡ଼ି କର୍ମଚାରୀଙ୍କ ସହିତ ଥିବା ଦେଖିବାକୁ ପାଇଛନ୍ତି। ଶିକ୍ଷକଙ୍କ ସ୍କୁଲ ନିକଟରେ ଏକ ସାର ଓ ମଞ୍ଜି ଦୋକାନ ଅଛି। ଅନେକ ଥର ରାତିରେ ଦୁହେଁ ଏହି ଦୋକାନରେ ରହୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।

କରୱାଚୌଥ ଦିନ ବି ଶିକ୍ଷକ ଅଙ୍ଗନବାଡ଼ି କର୍ମଚାରୀଙ୍କ ସହିତ ଦୋକାନରେ ଥିବା କଥା ସ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇ ପରିବାରଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ବାମୀଙ୍କୁ ପ୍ରେମିକା ସହ ଦେଖି ସ୍ତ୍ରୀ ନିର୍ଧୁମ ଛେଚିଥିଲେ। 

ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସ୍ବାମୀ ଓ ତାଙ୍କ ପ୍ରେମିକାଙ୍କୁ ଥାନା ନେଇ ଯାଇଥିଲା। ସେଠାରେ ଶିକ୍ଷକ ଜଣକ ତାଙ୍କ ପ୍ରେମିକା ସହ ରହିବାକୁ ସ୍ଥିର କରିଥିଲେ। ଏହାପରେ ଶିକ୍ଷକ ସ୍ତ୍ରୀଙ୍କୁ ତାଙ୍କ ଦରମାର ଅଧା ଦେବେ ବୋଲି ଥାନାରେ ସ୍ଥିର ହୋଇଥିଲା। ଘଟଣାର ଯାଞ୍ଚ ଜାରି ରହିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe