ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ପାଇଖାନାରେ ଫିଙ୍ଗି ଦେଲେ ମହିଳା

ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ପାଇଖାନାରେ ଫିଙ୍ଗି ଦେଲେ ମହିଳା

ଜଳନ୍ଧର: ସ୍ୱାମୀଙ୍କ ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ କାଟି ପାଇଖାନାରେ ଫିଙ୍ଗି ଦେଇଥିବା ପରି ଘଟଣା ଏବେ ସମଗ୍ର ଜଳନ୍ଧର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଗୁରୁତର ସ୍ୱାମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ ସୂତରୁ ପ୍ରକାଶ।
ଜଳନ୍ଧରର ଏ ସି ପି ସିତିନ୍ଦର କୁମାରଙ୍କ ଠାରୁ ପ୍ରକାଶ ଯେ ଯୋଗିନ୍ଦର ନଗରର ବାସିନ୍ଦା ଆଜାଦ ସିଂହଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଆଜାଦ ସିଂହଙ୍କ ଯୌନାଙ୍ଗକୁ ତାଙ୍କ ପତ୍ନୀ ସୁଖଓ୍ଵନ୍ତ କୌର କାଟି ଦେବା ସହିତ ଏହି କଟା ଯାଇଥିିବା ଯୌନାଙ୍ଗକୁ ଘରର ପାଇଖାନାରେ ଫିଙ୍ଗି ଦେଇଛନ୍ତି। ଏ ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

publive-image

ତଦନ୍ତ ବେଳେ ଜଣାପଡ଼ିିଛି ଯେ ଆଜାଦ ଓ ସୁଖଓ୍ଵନ୍ତ କୌରଙ୍କ ବିବାହ ପରେ ଦୁଇଟି ସନ୍ତାନ ଅଛନ୍ତି। ତେବେ ସୁଖଓ୍ଵନ୍ତ କୌର ସବୁବେଳେ ସନ୍ଦେହ କରୁଥିଲେ ଯେ ଆଜାଦଙ୍କର ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରହିଛି। ଯେଉଁଥିପାଇଁ ଆଜାଦ ସୁଖଓ୍ଵନ୍ତଙ୍କୁ ଯେତିକି ଗୁରୁତ୍ୱ ଦେବା କଥା ତାହା ଦେଉ ନାହାଁନ୍ତି। ଆଜାଦଙ୍କ ଏହି ପରକୀୟ ପ୍ରୀତିକୁ ନେଇ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଲାଗୁଥିଲା। ତେବେ ଗତ ସୋମବାର ରାତିରେ ଏ୯ହି ପ୍ରସଙ୍ଗକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିବା ପରେ ଆଜାଦ ନିଦରେ ଶୋଇ ପଡ଼ିଥିଲେ। ଆଜାଦଙ୍କ ଅଣଦେଖାରେ କ୍ଷୁବ୍ଧ ସୁଖଓ୍ଵନ୍ତ ଏକ ଲୁହା ରଡ୍‌ରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଏଥିେରେ ଆଜାଦ ଅଚେତ ହୋଇ ପଡ଼ିବାରୁ ଏକ ଛୁରି ନେଇ ସୁଖଓ୍ଵନ୍ତ କୌର ଆଜାଦଙ୍କ ଗୁପ୍ତାଙ୍ଗକୁ କାଟି ପାଇଖାନାରେ ଫିଙ୍ଗି ଦେଇଥିଲେ। ତେବେ ଗୁପ୍ତାଙ୍ଗ କଟାଯିବା ପରେ ପ୍ରବଳ ରକ୍ତସ୍ରାବ ହେବରେୁ ଭୟଭିତ ସୁଖଓ୍ଵନ୍ତ ପରିବାରର ଅନ୍ୟ ଲୋକଙ୍କୁ ଡାକିଥିଲେ ଓ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe