Wife killed by her husband's arrow
କେନ୍ଦୁଝର: କେନ୍ଦୁଝରର ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରେ ପରକିଆ ପ୍ରୀତି ସନ୍ଦେହରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ସନ୍ଦେହ କରି ସ୍ୱାମୀ ରକ୍ତମୁଖା ହୋଇଛି। ସ୍ବାମୀର ତୀର ମାଡରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି ।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରହିଥିବା ନେଇ ଦମ୍ପତିଙ୍କ ମଧ୍ୟରେ ଅଧିକାଂଶ ଦିନ ଝଗଡ଼ା ଲାଗି ରହିଥିଲା।
ବୁଧବାର ବିଳମ୍ବିତ ରାତିରେ ମଧ୍ୟ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲେ। ତୀରଟି ଚିନିଙ୍କ ଛାତିରେ ବାଜିଥିଲା ।
ଅଧିକ ପଢ଼ନ୍ତୁ: ସ୍ବାସ୍ଥ୍ୟ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଗୁରୁବାର ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଚିକିତ୍ସା ଲାଗି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ଚିନିଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ତୃତୀୟ ଆକ୍ରମଣ: କ୍ଲବ୍ ସମ୍ମୁଖରେ ଗଣ ଗୁଳିଚାଳନା
Follow Us