‘ସ୍ତ୍ରୀଙ୍କୁ ହତ୍ୟା ପାଇଁ ସ୍ବାମୀର ଲୁଟ୍‌ ନାଟକ; ଗୁଳିମାରି ନେଇଥିଲା ଜୀବନ‘

Advertisment

ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁ’ରେ ବୁଧବାର-ଗୁରୁବାର ରାତିରେ ଗର୍ଭବତୀ ମହିଳା ସୌମ୍ୟାମୟୀ ବେହେରା(୩୦)ଙ୍କ ମୃତ୍ୟୁ ଘଟଣା ଉପରୁ ପୁଲିସ ପରଦା ହଟାଇଛି। ଏହି ଘଟଣାରେ ସ୍ବାମୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି।

Updated On

ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁ’ରେ ବୁଧବାର-ଗୁରୁବାର ରାତିରେ ଗର୍ଭବତୀ ମହିଳା ସୌମ୍ୟାମୟୀ ବେହେରା(୩୦)ଙ୍କ ମୃତ୍ୟୁ ଘଟଣା ଉପରୁ ପୁଲିସ ପରଦା ହଟାଇଛି। ଏହି ଘଟଣାରେ ସ୍ବାମୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି।

ଅଦ୍ୟତନ ହୋଇଛି
81970d80-39a9-4e13-a396-cb455637c97c

ବଣାଇଗଡ଼: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁ’ରେ ବୁଧବାର-ଗୁରୁବାର ରାତିରେ ଗର୍ଭବତୀ ମହିଳା ସୌମ୍ୟାମୟୀ ବେହେରା(୩୦)ଙ୍କ ମୃତ୍ୟୁ ଘଟଣା ଉପରୁ ପୁଲିସ ପରଦା ହଟାଇଛି। ହତ୍ୟାକାଣ୍ଡରେ କୌଣସି ଦୁର୍ବୃତ୍ତ ସଂପୃକ୍ତ ନଥିଲେ। ବରଂ ମହିଳାଙ୍କର ସ୍ବାମୀ ଦେବେନ୍‌ ବେହେରା ହିଁ ଗୁଳିମାଡ଼ କରି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ ଲୁଟ୍‌ ନାଟକ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆଜି ଏହା କହିଛି। 

ଏହି ଖବର ପଢ଼ନ୍ତୁ: ଗର୍ଭବତୀଙ୍କୁ ଗୁଳିକରି ହତ୍ୟା

ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ ଦେବେନ୍‌ ବେହେରା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ) ଥିଲେ। ସେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କୁ ବର୍ଷକ ତଳେ ବିବାହ କରିଥିଲେ। ନିଜ ସ୍ବପ୍ନର ସଂସାରକୁ ଭଲ ଭାବେ ଆଖି ପୂରାଇ ଦେଖି ବି ନଥିଲେ। ସେଥିରେ ପୁଣି ଥିଲେ ୭ମାସର ଗର୍ଭବତୀ ସୌମ୍ୟାଙ୍କ ପ୍ରତି ଦୟା ଦେଖାଇ ନଥିଲେ। ଏଥିପାଇଁ ଲୁଟ୍‌ର ନାଟକ କରିଥିଲେ। ମଧ୍ୟ ରାତ୍ରୀରେ ଘର ଲୁଟିବାକୁ ଆସି ସୌମ୍ୟାଙ୍କୁ ଗୁଳି ମାରିଦେଲେ। ଅଭିଯୁକ୍ତ ଏଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଏହି ଖବର ପଢ଼ନ୍ତୁ: ମଶା ତେଲ ଲିଟର ପିଛା ୭୪୦ ଟଙ୍କାରେ କିଣି ଗିରଫ ହେଲେ ୪ ଜଣ

ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ହତ୍ୟାକାଣ୍ଡର ଅଭିଯୁକ୍ତକୁ ଧରବା ପାଇଁ ପୁଲିସ ଟିମ୍‌ ପୂରା ଉଦ୍ୟମ କରିଥିଲେ। ପ୍ରେମ ଓ ସଂପର୍କକୁ ନେଇ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଗୁଳି କରିଛି। ଅଭିଯୁକ୍ତ ସ୍ବାମୀ ଜଣେ ମହିଳାଙ୍କ ସହିତ ସଂପର୍କରେ ଥିଲେ। ସ୍ତ୍ରୀ ଏହାକୁ ବିରୋଧ କରିବାରୁ ହତ୍ୟାକାଣ୍ଡର ଶିକାର ହୋଇଥିଲେ। ଏହି ଘଟଣାରେ ସ୍ବାମୀ ସମତେ ୨ ଜଣ ଗିରଫ ହୋଇଛନ୍ତି। ଅନ୍ୟମାନେ ଘଟଣା ସହିତ ଜଡ଼ିତ ଥିଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। 

-ବ୍ରିଜେଶ ରାୟ, ପଶ୍ଚିମାଞ୍ଚଳ ଆଇଜି 

ପୁଲିସ କହିଛି ଯେ, ଦେବେନ୍‌ ବେହେରାଙ୍କ ସହିତ ଅନ୍ୟ ଜଣେ ମହିଳାଙ୍କର ସଂପର୍କ ଥିଲା, ଯାହାକୁ ତାଙ୍କ ସ୍ତ୍ରୀ ବିରୋଧ କରି ଆସୁଥିଲେ। ଏହି ପରକୀୟା ପ୍ରେମକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମତାନ୍ତର ହେଉଥିଲା। ସ୍ବାମୀଙ୍କୁ ଭଲ ରାସ୍ତାରେ ଆଣିବାକୁ ସ୍ତ୍ରୀ ଚାହୁଁଥିଲେ। କିନ୍ତୁ ସ୍ବାମୀ ଭଲ ରାସ୍ତାକୁ ଆସିବାକୁ ନାରାଜ ଥିଲେ। ସେ ସବୁଦିନ ପାଇଁ ସ୍ତ୍ରୀଙ୍କୁ ହଟାଇବାକୁ ଚିନ୍ତା କରିଥିଲେ। ଏଥି ପାଇଁ ସେ ଲୁଟ୍‌ର ନାଟକ କରି ନିଜ ସ୍ତ୍ରୀଙ୍କୁ ଗୁଳି କରିଥିଲେ। ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ଦେବେନ୍‌ଙ୍କ ସହିତ ଜଣେ ଏଏସ୍‌ଆଇଙ୍କୁ ଗିରଫ କରିଛି। ଏଏସ୍‌ଆଇ ଏହି ଘଟଣାରେ ସହଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ ପୂରା ଯୋଜନାବଦ୍ଧ ଭାବେ ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ହାଇବ୍ରିଡ ମୋଡରେ ହେବ ଚାମ୍ପିୟନ୍ସ ଟ୍ରଫି

ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ ଝିର୍ଡ଼ାପାଲିର ଦେବେନ ବେହେରାଙ୍କ ଘରେ ଦୁର୍ବୃତ୍ତମାନେ କବାଟ ବାଡ଼େଇଥିଲେ। ନିଜ ଲୋକ କେହି ଡାକୁଥିବେ ଭାବି ସ୍ତ୍ରୀ ସୌମ୍ୟାମୟୀ (୩୦) କବାଟ ଖୋଲିଥିଲେ। ହେଲେ ବାହାରେ ଛିଡ଼ା ହୋଇଥିବା ଆତତାୟୀ ସେ ପିନ୍ଧିଥିବା ସୁନାଚେନ୍‌କୁ ଟାଣି ନେଇଥିଲେ। ଏହି ଅତର୍କିତ ଘଟଣାରେ ଘାବରେଇ ଯାଇ ସୌମ୍ୟା ପାଟି କରିଥିଲେ। ଏହି ସମୟରେ ଗୁଳି ଫୁଟି ଥିଲା। ଲୁଟେରାମାନେ ଫେରାର ହୋଇ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀ ତଳେ ପଡ଼ିଥିବା ଓ ବାହାରେ କେହି ଦୌଡ଼ି ପଳାଇଯିବା ଦେବେନ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଘରଲୋକଙ୍କୁ ପାଟିକରି ଡାକିବା ପରେ ସ୍ତ୍ରୀ’ଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ସୀମାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ସକାଳେ ଟିକାୟତପାଲି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ସହିତ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନି ସାଇଣ୍ଟିଫିକ ଟିମ୍ ସହିତ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଥିଲେ। ଘଟଣାସ୍ଥଳରୁ ଖୋକା ଜବତ ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ଅତୁଲଙ୍କ ପତ୍ନୀଙ୍କୁ ସମନ ଜାରି କଲା ପୁଲିସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe