ରାଗରେ ପାଖରେ ପଡ଼ିଥିବା ଛୁରୀରେ ସ୍ବାମୀ ବେକ କାଟି ଦେଲେ ସ୍ତ୍ରୀ

ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସି ଝଗଡ଼ା ଲଗାଇବା ପରେ ରାଗି ଯାଇ ସ୍ତ୍ରୀ ଏକ ବଡ଼ ଛୁରୀ ସାହାଯ୍ୟ‌ରେ ସ୍ବାମୀଙ୍କ ବେକକୁ ଦେଲେ କାଟି। ଘଟଣାସ୍ଥଳରେ ଉଡ଼ିଗଲା ସ୍ବାମୀଙ୍କ ପ୍ରାଣବାୟୁ।

ଢ଼ଗ୍ମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁରସ୍ଥିତ ମୁସ୍କାରା କସବାରେ ଜଣେ ସ୍ତ୍ରୀ ତାଙ୍କ ମଦ୍ୟପ ସ୍ୱାମୀଙ୍କ କାର୍ଯ୍ୟକଳାପରେ ବିରକ୍ତ ହୋଇ ଏକ ବଡ଼ ଛୁରୀ ସାହାଯ୍ୟରେ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 

ଏହି ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଏବଂ ସିଓ ରାଠ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ସ୍ତ୍ରୀଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ପୁଲିସ ସମ୍ମୁଖରେ ମୃତକଙ୍କ ସ୍ତ୍ରୀ ନିଜ ଦୋଷ ସ୍ବୀକାର ମଧ୍ୟ କରିଛନ୍ତି।

ଗତ ସୋମବାର ମୃ୍ତକ ଅରବିନ୍ଦ (୪୨)ଙ୍କ ପୁଅ ରାଜେଶ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ରିପୋର୍ଟ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅରବିନ୍ଦଙ୍କୁ ଘରର ବିଛଣାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଏଥିସହିତ ଅରବିନ୍ଦଙ୍କ ପାଖରେ ବସିଥିବା ସ୍ତ୍ରୀ ଅନିତାଙ୍କ ମୁହଁରେ ରକ୍ତ ଛିଟା ପଡ଼ିଥିବା ବି ପୁଲିସର ନଜରକୁ ଆସିଥିଲା। ।
ଏହାପରେ ପୁଲିସ ଅରବିନ୍ଦଙ୍କ ମୃତଦେହକୁ ଜବତ କରି ସ୍ତ୍ରୀ ଅନିତାଙ୍କ ଥାନାକୁ ନେଇ ଆସିଥିଲା।

ପୁଲିସ ସମ୍ମୁଖରେ ଅନିତା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ସ୍ବୀକାର କରି କହିଥିଲେ, ‘ ମୋର ତିନିଜଣ ପିଲା  ବାହାରେ ଥିଲେ। ଏହି ସମୟରେ ଅରବିନ୍ଦ ମଦ୍ୟପାନ କରି ଘରକୁ ଆସି ମୋ ସହିତ ଝଗଡା କରିଥିଲେ। ବିବାଦ ବଢ଼ିବା ପରେ ମୁଁ ରାଗି ଯାଇଥିଲି। ପାଖରେ ପଡ଼ିଥିବା ଏକ ଛୁରୀ ଧରି ଅରବିନ୍ଦଙ୍କ ବେକକୁ କାଟି ଦେଇଥିଲି। ସଙ୍ଗେସଙ୍ଗେ ଅରବିନ୍ଦଙ୍କ ବେକରୁ ଅଜସ୍ର ରକ୍ତସ୍ରାବ ହେବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe