ନୀଳଗିରି: ଆଜିକୁ ୩ ବର୍ଷ ତଳେ ନୀଳଗିରି ସହରର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଆଜି ନୀଳଗିରିରେ ପହଞ୍ଚି ମୃତକ ରହୁଥିବା କଦମ୍ବସାହିକୁ ଯାଇ ତଦନ୍ତ କରିଛି। ସୂଚନାଯୋଗ୍ୟ, ନୀଳଗିରି ଏନଏସି ୧ ନଂବର ୱାର୍ଡ ନବକିଶୋର ମଲ୍ଲିକଙ୍କ ସ୍ତ୍ରୀ ଶାନ୍ତିଲତା ଘରେ ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ମୁଣ୍ତକୁ ଲୁହାରଡ୍ରେ ଛେଚି ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ। ଏହାରି ଭିତରେ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ନୀଳଗିରି ପୁଲିସ ହତ୍ୟାର କିଛି ସୁରାକ୍ ପାଇନଥିଲା। ତେବେ କ୍ରାଇମ୍ବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ ମଙ୍ଗଳବାର ପୂର୍ବାହ୍ନରେ କଦମ୍ବସାହିର ନବକିଶୋରଙ୍କ ଘରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ଜଣାପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us