ସ୍ବାମୀଙ୍କୁ ପ୍ରୋଟିନ ପାଉଡରରେ ବିଷ ମିଶାଇ ଦେଉଥିଲା ସ୍ତ୍ରୀ, ହେଲା ଏଭଳି ଅବସ୍ଥା!

Advertisment
ସ୍ବାମୀଙ୍କୁ ପ୍ରୋଟିନ ପାଉଡରରେ ବିଷ ମିଶାଇ ଦେଉଥିଲା ସ୍ତ୍ରୀ, ହେଲା ଏଭଳି ଅବସ୍ଥା!

ନୂଆଦିଲ୍ଲୀ: ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଶ୍ବାସ ଓ ସ୍ନେହର ହୋଇଥାଏ। କିନ୍ତୁ ଯେତେବେଳେ ବିଶ୍ବାସ ଭାଙ୍ଗି ଯାଇଥାଏ ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଆମେରିକାରେ ବସବାସ କରୁଥିବା ଦମ୍ପତ୍ତିଙ୍କ ସହିତ ଏମିତି କିଛି ଘଟଣା ଘଟିଛି। ସେଠାରେ ଜଣେ ମହିଳା ନିଜର ସ୍ବାମୀଙ୍କୁ ପ୍ରୋଟିନ ପାଉଡରରେ ବିଷ ମିଶାଇ ଖାଇବାକୁ ଦେଉଥିଲେ। ଧୀରେଧୀରେ ସ୍ବାମୀଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିବା ପରେ ସେ ଡାକ୍ତରଙ୍କ ସହିତ ସମ୍ପର୍କ କରିଥିଲେ। ଡାକ୍ତର ଯେତେବେଳେ ତାଙ୍କୁ କହିଥିଲେ କି ପ୍ରୋଟିନ ପାଉଡରରେ ବିଷ ମିଶା ଯାଉଛି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆସନ୍ତୁ ଜାଣିବା ପୂରା ଘଟଣାଟି କ’ଣ?

फ़ोटो- (J.D. McCabe/ tiktok)

ପ୍ରକାଶିତ ରିପୋର୍ଟ ମୁତାବକ, ଆମେରିକାର ଦକ୍ଷିଣ କେରୋଲିନାରେ  ବସବାସ କରୁଥିବା ୫୬ବର୍ଷୀୟ ଜେଡି ମେକବେୱେଙ୍କ ପୂର୍ବତନ ସ୍ତ୍ରୀ ତାଙ୍କୁ ଜୀବନରୁ ମାରିବା ପାଇଁ ସେ ଖାଉଥିବା ପ୍ରୋଟିନ ପାଉଡରରେ ବିଷ ମିଶାଇ ଦେଉଥିଲେ। ଯାହାକି ଜେଡି ଜାଣି ପାରୁ ନଥିଲେ। ଧୀରେଧୀରେ ତାଙ୍କ ଶରୀର ଓଜନ ହ୍ରାସ ହେବା ସହିତ ଆଖିଗୁଡ଼ିକ ଭିତରକୁ ପଶିଗଲା ଭଲି ଲାଗିଥିଲା। ଅତ୍ୟଧିକ ଦୁର୍ବଳ ଅନୁଭବ କରିବାରୁ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର କହିଥିଲେ ସେ ଯେଉଁ ପ୍ରୋଟିନ ପାଉଡର ଖାଉଛନ୍ତି ସେଥିରେ ଆର୍ସେନିକ ନାମକ ଏକ ପ୍ରକାର ବିଶାକ୍ତ ଔଷଧ ମିଶାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe