‘କରବାଚୌଥ୍‌’ ବ୍ରତ ଭାଙ୍ଗିବାପରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ ,କାରଣ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ !

‘କରବାଚୌଥ୍‌’ ବ୍ରତ ଭାଙ୍ଗିବାପରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ ,କାରଣ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ !

ମିରଟ: ଉତ୍ତର ପ୍ରଦେଶର ମିରଟ ସହରର ୪୫ ବର୍ଷୀୟା ମହିଳା ସ୍ୱାମୀଙ୍କ ପାଇଁ କରବାଚୌଥ ବ୍ରତ ରଖିବାପରେ ସ୍ୱାମୀଙ୍କୁ ଜଘନ୍ୟଭାବେ ହତ୍ୟା କରିବା ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
୪୫ ବର୍ଷୀୟା କବିତା ସୈନୀ ନିଜର ପୁଅ କୁଲଦୀପ ଓ ଚାକର ସାଦ୍ରିଙ୍କ ସହାୟତାରେ ସ୍ୱାମୀ ସୁନ୍ଦରପାଲ ସୈନୀଙ୍କୁ ହତ୍ୟା କରିଥିଲେ। ଏମାନେ ସୁନ୍ଦପାଲଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁପରେ କବିତା ପଡୋଶୀମାନଙ୍କୁ କରିଥିଲେ ଯେ,ସ୍ୱାମୀଙ୍କର ରକ୍ତ ବାନ୍ତି ହେଉଥିଲା। ତେଣୁ ତାଙ୍କର ମୃତ୍ୟୁ ଘଟିଛି। ହେଲେ ପଡୋଶୀମାନେ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ। ତା’ପରେ ପୁଲିସ୍‌କୁ ଖବର ଦିଆଗଲା। ପୁଲିସ ଘଟଣାର ତଦନ୍ତ କରି ସମସ୍ତ ତଥ୍ୟ ହାସଲ କରିଥିଲା।
ଏସ୍‌.ପି ରଣବିଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀ ତିନି ଜଣ ହତ୍ୟାକାରୀଙ୍କୁ ମଧ୍ୟ ଉପସ୍ଥିତ କରାଇଥିଲେ। କବିତା ଦୋଷ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ କିଛି ବର୍ଷ ତଳେ ସୁନ୍ଦରପାଲ ତାଙ୍କର ୧୪ ବର୍ଷୀୟା ଝିଅ ଉପରେ ଅତ୍ୟାଚାର କରି ହତ୍ୟା କରିଥିଲେ। ମାତ୍ର ତାହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ପରିବାରର କେହି ଭୟରେ କିଛି କହି ନଥିଲେ। ଏହା ପରଠୁଁ କବିତା ନିଜ ପୁଅର ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ। ସୁନ୍ଦରପାଲ ଅଧିକାଂଶ ସମୟରେ ପୁଅ ଓ ସ୍ତ୍ରୀ ଙ୍କୁ ବି ମାରପିଟ୍‌ କରୁଥିଲେ। ଏଣୁ ସେ ବାଧ୍ୟ ହୋଇ ସ୍ୱାମୀଙ୍କୁ ହତ୍ୟା କରିଥିଲେ ବୋଲି କହିଛନ୍ତି।

publive-image
ପୁଲିସ କବିତା,କୁଲଦୀପ ଓ ସାଦ୍ରିଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଓ ୨୦୧ ଅନୁଯାୟୀ ମାମଲା ରୁଜୁ କରିଛି। ସେମାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe