ପତ୍ନୀ ଟିଭି ରିମୋଟ୍‌ ଦେବାକୁ ମନା କରିବାରୁ ଆତ୍ମହତ୍ୟା କଲେ ପତି

ପତ୍ନୀ ଟିଭି ରିମୋଟ୍‌ ଦେବାକୁ ମନା କରିବାରୁ ଆତ୍ମହତ୍ୟା କଲେ ପତି

ଭୋପାଳ: ଭୋପାଳର ଅଶୋକ ଗାର୍ଡେନ ଅଞ୍ଚଳରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ପତ୍ନୀ ଟିଭି ରିମୋଟ୍‌ ଦେବାକୁ ମନା କରିବାରୁ ଆତ୍ମହତ୍ୟା କରିଛନ୍ତି ୩୦ ବର୍ଷିଅ ବ୍ୟକ୍ତି। ଆତ୍ମହତ୍ୟା କରିଥିବା ମୃତକ ଜଣକ ହେଉଛନ୍ତି ଶଙ୍କର ବିଶ୍ୱକର୍ମା। ସେ ଏକ ଛୋଟ ହୋଟେଲ୍‌ରେ କାମ କରୁଥିଲେ। ଶଙ୍କର ଆତ୍ମହତ୍ୟା ଖବର ଶୁଣି ପୁଲିସ୍‌ ଯାଇ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶଙ୍କରଙ୍କ ଶରୀର ପାଖରୁ କୌଣସି ସୁଇସାଇଟ୍‌ ନୋଟ୍‌ ମିଳିନାହିଁ।

publive-image

ଶଙ୍କରଙ୍କ ପରିବାର ଲୋକ ପୁଲିସ୍‌କୁ ଜଣାଇଛନ୍ତି ଯେ ସେ ଖୁବ୍‌ ମଦ୍ୟପାନ କରନ୍ତି। ଅନେକ ସମୟରେ ଛୋଟ ଛୋଟ କଥାରେ ପ୍ରତିକ୍ରିୟାଶୀଳ ହୋଇପଡ଼ନ୍ତି।

ଶନିବାର ରାତିରେ ଶଙ୍କର ଘରକୁ ଫେରି ପରିବାର ଲୋକଙ୍କ ସହ ରାତ୍ରି ଭୋଜନ କରିଥିଲେ। ତା’ପରେ ସେ ଟିଭି ଦେଖିବାକୁ ବସିଥିଲେ। ମାତ୍ର ଶଙ୍କର ପତ୍ନୀ ପୂର୍ବରୁ ଟିଭିରେ ଏକ କାର୍ଯ୍ୟକ୍ରମ ଦେଖୁଥିଲେ। ଶଙ୍କର ତାଙ୍କ ପତ୍ନୀଙ୍କୁ ଟିଭି ରିମୋଟ ମାଗିବାରୁ ପତ୍ନୀ ଦେବାକୁ ମନା କରିଦେଲେ। ରିମୋଟ ନଦେଇ ତାଙ୍କ ପତ୍ନୀ ତାଙ୍କୁ ବିଶ୍ରାମ କରିବାକୁ କହିଲେ। ଏହି କଥାରେ ପ୍ରତିକ୍ରିୟାଶୀଳ ହୋଇ ଶଙ୍କର ଅନ୍ୟ ଏକ ରୁମ୍‌କୁ ଯାଇ ଫ୍ୟାନ୍‌ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

publive-image

ଶଙ୍କରଙ୍କ ପତ୍ନୀ କିଛି ସମୟ ପରେ ସେହି ରୁମ୍‌କୁ ଯିବାରୁ ସ୍ୱାମୀଙ୍କ ଶରୀର ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଲେ। ସେ ଚିତ୍କାର କରିବାରୁ ପରିବାର ଲୋକେ ସମସ୍ତେ ସେଠାରେ ରୁଣ୍ଡ ହୋଇଗଲେ। ପରିବାର ଲୋକେ ତତ୍‌କ୍ଷଣାତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe