ପତ୍ନୀ ‘କର୍‌ଓ୍ଵା ଚତ୍‌ ବ୍ରତ’ ନ ରଖିବାରୁ ଆତ୍ମହତ୍ୟା କଲେ ପତି

Advertisment
ପତ୍ନୀ ‘କର୍‌ଓ୍ଵା ଚତ୍‌ ବ୍ରତ’ ନ ରଖିବାରୁ ଆତ୍ମହତ୍ୟା କଲେ ପତି

ମଥୁରା: ଉତ୍ତରପ୍ରଦେଶର ମଥୁରାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପତ୍ନୀ ‘କର୍‌ଓ୍ଵା ଚତ୍‌ ବ୍ରତ’ ରଖିବାକୁ ମନା କରିବାରୁ ଜଣେ ୨୧ ବର୍ଷିଅ ଯୁବକ ଉତ୍ତରପ୍ରଦେଶର ମାଗହେରା ଗ୍ରାମରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ଦୀପକ ଚାନ୍ଦ। ଦୀପକ ତାଙ୍କ ଘରେ ସେଲିଂ ଫ୍ୟାନ୍‌ରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

ଉତ୍ତର ଭାରତରେ ‘କର୍‌ଓ୍ଵା ଚତ୍‌’ ହେଉଛି ହିନ୍ଦୁ ବିବାହିତା ମହିଳାଙ୍କ ପାଇଁ ଏକ ବିଶେଷ ବ୍ରତ। ନିଜ ସ୍ୱାମୀଙ୍କ ଆୟୁ ବୃଦ୍ଧି କରାଇବା ଆଶାରେ ହିନ୍ଦୁ ମହିଳାମାନେ ଉପାସ ରହି ଏହି ଓଷା କରିଥାନ୍ତି। ଚଳିତମାସ ୨୭ ତାରିଖରେ ‘କର୍‌ଓ୍ଵା ଚତ୍‌’ ବିଭିନ୍ନ ମହଲରେ ବଡ଼ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି।

ପୁଲିସ୍‌ ସୂଚନା ମୁତାବକ ଦୀପକ ଆତ୍ମହତ୍ୟା ପୂର୍ବରୁ ଲେଖି ଯାଇଥିବା ସୁଇସାଇଡ୍‌ ନୋଟ୍‌ରେ ସ୍ପଷ୍ଟ ଲେଖାଯାଇଛି ଯେ ତାଙ୍କ ପତ୍ନୀ ତାଙ୍କ ପାଇଁ ବ୍ରତ ନ ରଖିଥିବା ହେତୁ ସେ ଆଘାତ ପାଇ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe