ସ୍ବାମୀ ନାଟକ କରୁଛି ବୋଲି ଭାବି ଆତ୍ମହତ୍ୟା କରୁଥିବା ସମୟର ଭିଡିଓକୁ ମୋବାଇ‌ଲ୍‌ରେ ସୁଟ୍‌ କରୁଥିଲା ସ୍ତ୍ରୀ

Advertisment
ସ୍ବାମୀ ନାଟକ କରୁଛି ବୋଲି ଭାବି ଆତ୍ମହତ୍ୟା କରୁଥିବା ସମୟର ଭିଡିଓକୁ ମୋବାଇ‌ଲ୍‌ରେ ସୁଟ୍‌ କରୁଥିଲା ସ୍ତ୍ରୀ

Pinterest

ହାୱଡ଼ା: ପଶ୍ଚିମବଙ୍ଗର ହାୱଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ନିଜ ସ୍ବାମୀ ଆତ୍ମହତ୍ୟା କରୁଥିବା ବେଳେ ତାଙ୍କୁ ଅଟକାଇବା ପରିବର୍ତ୍ତେ ତାଙ୍କର ଭିଡିଓ ସୁଟ୍‌ କରି ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି। ମହିଳା ଜଣକ ଦୀର୍ଘ ୫ ବର୍ଷ ଧରି ପ୍ରେମ ସଂପର୍କରେ ରହିବା ପରେ ଗତ ୪ ମାସ ତଳେ ନିଜ ପ୍ରେମିକ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ଗତ ଡିସେମ୍ବର ୧୮ ତା‌ରିଖରେ ତାଙ୍କ ପ୍ରେମିକ ଅମନଙ୍କୁ ବିବାହ କରିଥିବ‌ା ବେଳେ ବିବାହର ୪ ମାସ ମଧ୍ୟରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିବା କଥା ସଭିଙ୍କୁ ଚକିତ କରିଛି।

ଅଭିଯୁକ୍ତା ମହିଳା ନେହା ଓ ତାଙ୍କ ସ୍ବାମୀ ଅମନ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେମାନଙ୍କ ମଧ୍ୟରେ ଅନେକ ଅସୁବିଧା ଦେଖା ଦେଇଥିଲା। ଅମନଙ୍କ ଭଉଣୀ ବର୍ଖାଙ୍କ କହିବାନୁସାରେ ନେହା ଅଚାନକ ଅମନଙ୍କୁ ଛାଡ଼ପତ୍ର ମାଗିବା ପରେ ଅମନ୍‌ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହା ହିଁ ତାଙ୍କ ଆତ୍ମହତ୍ୟାର କାରଣ।

ଏପଟେ ସ୍ବାମୀ ଆତ୍ମହତ୍ୟା କରିବାକୁ ଗଲା ବେଳେ କାହିଁକି ତାଙ୍କୁ ରୋକିଲ ନାହିଁ ବୋଲି ପଚାରିବାରୁ ନେହା କହନ୍ତି ସେ ଏହାକୁ ଏକ ନାଟକ ବୋଲି ଭାବିଥିଲେ। ପୂର୍ବରୁ ମଧ୍ୟ ତାଙ୍କ ସ୍ବାମୀ ଅନେକ ବାର ଏପରି ନାଟକ କରି ତାଙ୍କୁ ଭୟଭୀତ କରାଇଛନ୍ତି। ସେହି କାରଣରୁ ସେ ସ୍ବାମୀଙ୍କୁ ଅଟକାଇବା ପରିବର୍ତ୍ତେ ଓଲଟା ତାଙ୍କର ଭିଡିଓ ସୁଟ୍‌ କରିଥିଲେ।

ଜାଣିବାକୁ ମିଳିଛି ଯେ ଅମନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ନେହାକୁ ସ୍ବାଭାବିକ ବ୍ୟବହାର ଦେଖାଉଥିବାର ଦେଖି ସନ୍ଦେହ କରିଥିଲେ। ସେମାନେ ଜୋର୍‌ କରି ନେହାର ଫୋନ୍‌ ନେଇ ଦେଖିବାରୁ ଅମନଙ୍କ ଆତ୍ମହତ୍ୟା ଭିଡିଓ ଦେଖିବାକୁ ପାଇଥିଲେ। ପୁଲିସ୍‌ ଉକ୍ତ ଭିଡିଓକୁ ଭିତ୍ତି କରି ନେହାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe