ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିଚାରପତିଙ୍କ ପତ୍ନୀ ଓ ପୁତ୍ରଙ୍କୁ ଗୁଳି କରି ଆହତ କରିଛି ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ୍ଧୁକଧାରୀ ଗାର୍ଡ। ଘଟଣା ଶନିବାର ଗୁରୁଗ୍ରାମର ଆର୍କାଡିଆ ମାର୍କେଟରେ ଘଟିଛି। ଗୁଳିକାଣ୍ଡ ପରେ ପୁଲିସ ଦେହରକ୍ଷୀକୁ ଗିରଫ କରିନେଇଛି।
ଗୁରୁଗ୍ରାମର ସେକ୍ଟର ୪୯ରେ ରହୁଥିବା ଜଣେ ଆଡିସନାଲ୍ ସେସନ୍ସ ଜଜ୍ଙ୍କ ପତ୍ନୀ ଓ ପୁତ୍ରଙ୍କ ଶରୀରରେ ଗୁଳି ବାଜିବା ପରେ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୂର୍ବ ଗୁରୁଗ୍ରାମର ଡେପୁଟି ପୁଲିସ କମିସନର ଏହି ସୂଚନା ଦେଇଛନ୍ତି।
ସୁରକ୍ଷା କର୍ମଚାରୀ ଜଣକ କାହିଁକି ଗୁଳି ଚଳାଇଲା ତାହା ତଦନ୍ତ କରାଯାଉଛି। ଘଟଣାସ୍ଥଳକୁ ଫୋରେନ୍ସିକ୍ ଟିମ୍ ପଠାଯାଇଛି।
Follow Us