ଲକ୍‌ଡାଉନ୍‌ ହେତୁ ବାପଘରୁ ଫେରି ପାରିଲେନି ପତ୍ନୀ, ରାଗରେ ପ୍ରେମିକାଙ୍କୁ ବିବାହ କଲେ ପତି

Advertisment
ଲକ୍‌ଡାଉନ୍‌ ହେତୁ ବାପଘରୁ ଫେରି ପାରିଲେନି ପତ୍ନୀ, ରାଗରେ ପ୍ରେମିକାଙ୍କୁ ବିବାହ କଲେ ପତି

News18

ପାଟ୍‌ନା: ବିହାରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଲକ୍‌ଡାଉନ୍‌ ହେତୁ ବିଭିନ୍ନ ପ୍ରକାରର ଘଟଣା ସବୁ ପୂର୍ବରୁ ଆମେ ଦେଖିସାରିଛେ। ଆଜି ଆପଣ ଯେଉଁ ଘଟଣାଟି ଶୁଣି‌ବେ ସେଥିରେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ତାଲା ପଡ଼ିଥିବା ବେଳେ ଜଣେ ସ୍ବାମୀଙ୍କ ଅଜବ କାଣ୍ଡ ଆପଣଙ୍କୁ ଚକିତ କରିବ ନିଶ୍ଚିତ। ଘଟଣାଟି ହେଉଛି, ଲକ୍‌ଡାଉନ୍‌ କାରଣରୁ ନିଜ ବାପଘରେ ରହିଥିବା ସ୍ତ୍ରୀ ଘରକୁ ଫେରି ନପାରିବାରୁ ରାଗରେ ଆସି ପ୍ରେମିକାଙ୍କୁ ବିବାହ କରିଛନ୍ତି ସ୍ବାମୀ।

ବ୍ୟକ୍ତିଙ୍କ ପତ୍ନୀ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ପତ୍ନୀଙ୍କ ନାମ ଗୁଡ଼ିଆ ଦେବୀ। ବ୍ୟକ୍ତି ଜଣକ ହେଉଛନ୍ତ ଧିରଜ କୁମାର। ଧିରଜଙ୍କର ତାଙ୍କ ପ୍ରଥମ ପତ୍ନୀଙ୍କ ସହ ଏକ ପିଲା ମଧ୍ୟ ଅଛି।

ଜାଣିବାକୁ ମିଳିଛି ଯେ ଲକ୍‌ଡାଉନ୍‌ ପୂର୍ବରୁ ଗୁଡ଼ିଆ ଦେବୀ ପାଟ୍‌ନାଠାରୁ ୬୦ କିଲୋମିଟର ଦୂରରେ ଜେହେନାବାଦ୍‌ ଜିଲ୍ଲା‌ରେ ଥିବା ତାଙ୍କ ଘରକୁ ଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଗଲା।

କୁମାର ତାଙ୍କ ପତ୍ନୀଙ୍କୁ ବାରମ୍ବାର ଘରକୁ ଡାକୁଥିଲେ। ମାତ୍ର କଟକଣା ହେତୁ ଗୁଡ଼ିଆ ଦେବୀ ଶାଶୂଘରକୁ ଫେରିପାରୁନଥିଲେ। ରାଗରେ ଆସି କୁମାର ତାଙ୍କ ଘର ପାଖରେ ରହୁଥିବା ପ୍ରେମିକାଙ୍କୁ ବିବାହ କରି ନିଜ ଘରକୁ ନେଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe