ଆଖିର କଜଳ ବନିଗଲା ମୃତ୍ୟୁର କାରଣ: ସୁଇସାଇଡ୍‌ ନୋଟ୍‌ରେ ଲେଖାଥିବା କଥା ଦେଖି କ’ଣ ପ୍ରତିକ୍ରିୟା ରଖିବ ଜାଣି ପାରିଲା ନାହିଁ ସ୍ୱାମୀ...

Advertisment
ଆଖିର କଜଳ ବନିଗଲା ମୃତ୍ୟୁର କାରଣ: ସୁଇସାଇଡ୍‌ ନୋଟ୍‌ରେ ଲେଖାଥିବା କଥା ଦେଖି କ’ଣ ପ୍ରତିକ୍ରିୟା ରଖିବ ଜାଣି ପାରିଲା ନାହିଁ ସ୍ୱାମୀ...

PBS

ନାସିକ୍‌: ସାଧାରଣତଃ ମହିଳାମାନେ ନିଜ ଆଖିକୁ ସୁନ୍ଦର କରିବା ପାଇଁ କଜଳ ଲଗାଇଥାନ୍ତି । କିନ୍ତୁ ଏମିତି କ’ଣ ହେଲା କି ନାସିକ୍‌ର ଦତ୍ତନଗରରେ ରହୁଥିବା ମହିଳା କଜଳ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ? ପତ୍ନୀ ଏଭଳି ପଦକ୍ଷପ ହଠାତ୍‌ କ’ଣ ପାଇଁ ନେଲେ, ସେହି ପ୍ରଶ୍ନ ସ୍ୱାମୀ ମନରେ ଉଠିଥିବା ବେଳେ ସୁଇସାଇଡ୍‌ ନୋଟ୍‌ରୁ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ଯାହା ସ୍ଥାନୀୟ ଲୋକେ ଏବଂ ପୁଲିସକୁ ଆଶ୍ଚର୍ଯ୍ୟ କରିଥିଲା ।

ଗତ ବୁଧବାର ଫେବୃଆରୀ ୧୩ରେ ରୁଖ୍‌ମା ନିଜ ସ୍ୱାମୀ ଅଫିସ ଯିବାପରେ ବାଥ୍‌ରୁମ୍‌କୁ ଯାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ନେଇ ପ୍ରଥମେ ରୁଖ୍‌ମାଙ୍କ ସ୍ୱାମୀ ଏବଂ ପରେ ପୁଲିସକୁ ସୂଚନା ଦିଆ ଯାଇଥିଲା ।

publive-image BioEdge

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏକ ସୁଇସାଇଡ୍‌ ନୋଟ୍‌ ପାଇ ସେଥିରେ ଲେଖାଥିବା ଆତ୍ମହତ୍ୟାର କାରଣ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । "ମୋ ଆଖିରୁ ସବୁ ବେଳେ ପାଣି ବାହାରୁଥିଲା । ଯାହା ପାଇଁ ମୁଁ ଆଖିରେ ଲଗାଉଥିବା କଜଳ ତଳକୁ ବୋହି ଆସିବା ସହ ମୋର ମେକ୍‌ଅପ୍‌ ଖରାପ ହୋଇ ଯାଉଥିଲା । ଦିନକୁ ଦିନ ମୁଁ ଅସୁନ୍ଦର ଦିଶୁଥିଲି । ଯାହା ପାଇଁ ମୁଁ ଏଭଳି ପଦକ୍ଷପ ନେଇଛି । ମୋର ଆତ୍ମହତ୍ୟା କରିବା ପଛରେ କାହାର ହାତ ନାହିଁ" ବୋଲି ରୁଖ୍‌ମା ନିଜ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe