ପୁରୁଣା ଭୁବନେଶ୍ୱର: ଭୀମଟାଙ୍ଗି ଫେଜ୍-୧ରୁ ଗତକାଲି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ଏୟାରଫିଲଡ୍ ଥାନା ପୁଲିସ ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ, ଖୋର୍ଧା ବାଲିପାଟଣା ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ସର୍ବେଶ୍ବର ପ୍ରଧାନ(୪୨)। ସେ ଏଠାରେ ରହୁଥିଲେ। ମୃତ ମହିଳା ନିଚୁନା ପ୍ରଧାନ(୨୧) ତାଙ୍କ ଦ୍ବିତୀୟ ସ୍ତ୍ରୀ। ସର୍ବେଶ୍ବରଙ୍କ ପ୍ରଥମ ପତ୍ନୀ ସାବିତ୍ରୀ ପ୍ରଧାନଙ୍କ ମୃତ୍ୟୁ ହେବା ପରେ ସେ ନିଚୁନାଙ୍କୁ ବିବାହ କରିଥିଲେ। ତେବେ ପ୍ରଥମ ସ୍ତ୍ରୀଙ୍କ ୩ଟି ସନ୍ତାନ ସର୍ବେଶ୍ୱରଙ୍କ ସହ ରହୁଥିଲେ। ଗତକାଲି ନିଚୁନାଙ୍କ ସହ ସାବିତ୍ରୀଙ୍କ ଝିଅର ଝଗଡ଼ା ହୋଇଥିଲା। ସେତେବେଳେ ସର୍ବେଶ୍ୱର ଘରୁ ବାହାରି ପଳାଇଥିଲେ। ତେବେ ସେ ଘରକୁ ଫେରିବା ବେଳକୁ ବନ୍ଦ ଘର ଭିତରେ ନିଚୁନା ବେକାର ଲୁଗା ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏନେଇ ନିଚୁନାଙ୍କ ପରିବାର ଲୋକ ସର୍ବେଶ୍ବରଙ୍କ ବିରୋଧରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ସ୍ବାମୀ ଗିରଫ
Advertisment
Follow Us