ସାଙ୍ଗମାନଙ୍କୁ ପତ୍ନୀଙ୍କ ନକଲି ଅଶ୍ଲୀଳ ଫଟୋ ପଠାଇଲା ଋଣ ଦେଇଥିବା ଆପ୍, ଜୀବନ ହାରିଲେ ସ୍ବାମୀ

Advertisment

ଆର୍ଥିକ ସମସ୍ୟା ପାଇଁ ଏକ ଆପରୁ ୨ହଜାର ଟଙ୍କା ଋଣ ଆଣିଥିଲେ ଯୁବକ। ଦେବାରେ ବିଳମ୍ବ ହେବାରୁ ସାଙ୍ଗମାନଙ୍କୁ ପତ୍ନୀଙ୍କ ନକଲି ଅଶ୍ଲୀଳ ଫଟୋ ପଠାଇଲା ଋଣ ଦେଇଥିବା ଆପ୍। ସହିନପାରି ଜୀବନ ହାରିଲେ ସ୍ବାମୀ।

ଆର୍ଥିକ ସମସ୍ୟା ପାଇଁ ଏକ ଆପରୁ ୨ହଜାର ଟଙ୍କା ଋଣ ଆଣିଥିଲେ ଯୁବକ। ଦେବାରେ ବିଳମ୍ବ ହେବାରୁ ସାଙ୍ଗମାନଙ୍କୁ ପତ୍ନୀଙ୍କ ନକଲି ଅଶ୍ଲୀଳ ଫଟୋ ପଠାଇଲା ଋଣ ଦେଇଥିବା ଆପ୍। ସହିନପାରି ଜୀବନ ହାରିଲେ ସ୍ବାମୀ।

Andhra Man

ବିଶାଖାପାଟଣା: ଆର୍ଥିକ ସମସ୍ୟା ପାଇଁ ଏକ ଆପରୁ ୨ହଜାର ଟଙ୍କା ଋଣ ଆଣିଥିଲେ ଯୁବକ। ଦେବାରେ ବିଳମ୍ବ ହେବାରୁ ସାଙ୍ଗ ଓ ପରିବାର ଲୋକଙ୍କୁ ପତ୍ନୀଙ୍କ ନକଲି ଅଶ୍ଲୀଳ ଫଟୋ ପଠାଇଲା ଋଣ ଦେଇଥିବା ଆପ୍। ସହିନପାରି ଜୀବନ ହାରିଲେ ସ୍ବାମୀ। ବିଶାଖାପାଟଣାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ମୃତକଙ୍କ ନାମ ନରେନ୍ଦ୍ର(୨୫) ବୋଲି ଜଣାପଡ଼ିଥିବା ବେଳେ ପତ୍ନୀଙ୍କ ନାମ ଅଖିଲା ବୋଲି ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଅକ୍ଟୋବର ୨୮ରେ ନରେନ୍ଦ୍ର ଓ ଅଖିଲା ବିବାହ କରିଥିଲେ। ମାଛ ଧରି ପେଟ ପୋଷୁଥିବା ନରେନ୍ଦ୍ର ପାଗ ଖରାପ ଥିବାରୁ କିଛି ଦିନ ସମୂଦ୍ରକୁ ଯାଇ ମାଛ ଧରିପାରିନଥିଲେ। ଏଥିପାଇଁ ଘରେ ଟଙ୍କାର ଅଭାବ ଦେଖିବାକୁ ମିଳିଥିଲା। ଅଭାବ ଦୂର କରିବାକୁ ସେ ଏକ ଋଣ ଦେଉଥିବା ଆପରୁ ୨ହଜାର ଟଙ୍କା ଆଣିଥିଲେ। ହେଲେ ସପ୍ତାହ ମଧ୍ୟରେ, ଋଣ ଦେଇଥିବା ଆପର ଏଜେଣ୍ଟମାନେ ଋଣ ପରିଶୋଧ କରିବା ପାଇଁ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଟଙ୍କା ପାଇବା ପାଇଁ ସେମ‌ାନେ ଅଖିଲାଙ୍କ ଫଟୋକୁ ଅଶ୍ଲୀଳ ଭାବେ ଏଡିଟ୍ କରି ନରେନ୍ଦ୍ରଙ୍କ ସବୁ ସାଙ୍ଗ ଓ ପରିବାର ଲୋକଙ୍କୁ ପଠାଇଥିଲେ। ଏବିଷୟରେ ଅଖିଲା ଜାଣିବା ପରେ ନରେନ୍ଦ୍ରଙ୍କୁ ଟଙ୍କା ଯୋଗାଡ଼ କରି ଋଣ ପରିଶୋଧ କରିବାକୁ କହିଥିଲେ। 

ହେଲେ ଋଣ ପରିଶୋଧ ହେବା ପରେ ସମସ୍ୟା ନରେନ୍ଦ୍ରଙ୍କ ପିଛା ଛାଡ଼ିନଥିଲା। ତାଙ୍କ ସାଙ୍ଗ ଓ ପରିବାର ଲୋକ ପଠାଯାଇଥିବା ଫଟୋକୁ ନେଇ ପ୍ରଶ୍ନ କରିବାରୁ ଅପମାନିତ ଅନୁଭବ କରି ନରେନ୍ଦ୍ର ମଙ୍ଗଳବାର ଜୀବନ ହାରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe