ମା’ ଯୌନ ନିର୍ଯାତନା ଦେଉଥିବା ନେଇ ପୁଅ ଆଣିଲା ସଙ୍ଗୀନ ଅଭିଯୋଗ

Advertisment
ମା’ ଯୌନ ନିର୍ଯାତନା ଦେଉଥିବା ନେଇ ପୁଅ ଆଣିଲା ସଙ୍ଗୀନ ଅଭିଯୋଗ

କୋଚ୍ଚି: ନିଜ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେଇଥିବା ମା’କୁ ନିକଟରେ କେରଳ ଉଚ୍ଚନ୍ୟାୟାଳୟ ଜାମିନ ଦେଇଛନ୍ତି। ଅଭିଯୁକ୍ତ ମା’କୁ ପାକ୍ସୋ ଆକ୍ଟରେ ଗିରଫ କରାଯାଇଥିଲା। ମା’ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆସିବା ପରେ କୋର୍ଟ ଯାଞ୍ଚ ଆଦେଶ ଦେଇଥିଲେ। ଏହାପରେ କେରଳ ପୁଲିସ ଯାଞ୍ଚ ପାଇଁ ଜଣେ ମହିଳା ଆଇପିଏସଙ୍କୁ ନିଯୁକ୍ତ କରିବା ସହିତ ତାଙ୍କ ନେତୃତ୍ବରେ ଏସଆଇଟି ଟିମ ଗଠନ ପାଇଁ ନିର୍ଦେଶ ଦେଇଥିଲେ।

ମାମଲାର ଶୁଣାଣି କରି କେରଳ ଉଚ୍ଚନ୍ୟାୟାଳୟ କହିଥିଲେ କି, ଯଦି କେହି ଶିଶୁକୁ ନିଜ ମା’ ଉପରେ ଏଭଳି ଗମ୍ଭୀର ଅଭିଯୋଗ କରିବାକୁ ବାଧ୍ୟ କରିଛି ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏସଆଇଟିକୁ ଆବଶ୍ୟକ ପଡ଼େ ତେବେ ଶିଶୁକୁ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ତାଙ୍କ ପିତାଙ୍କ ଠାରୁ ଅଲଗା କରି ଶିଶୁ କଲ୍ୟାଣ ସମିତିର କୌଣସି ଗୃହରେ ରଖାଯିବ।

ତେବେ କୋର୍ଟ ମା’କୁ ଜାମିନ ଦେଇ କହିଛନ୍ତି କି, କୌଣସି ବି ମା’ ଏପରି ନିଜ ପୁଅ ସହିତ କେବେ ହେଲେ କରି ପାରିବ ନାହିଁ।

କେରଳର ତିରୁବନନ୍ତପୁରମ ଜିଲ୍ଲା କଡକ୍କାବୁରରେ ରହୁଥିବା ମହିଳାଙ୍କୁ ନିଜ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଡିମେମ୍ବର ୨୮ ତାରିଖରେ ଗିରଫ କରାଯାଇଥିଲା। ଡିସେମ୍ବର ୨୦୧୯ରେ ନାବାଳକ ଶିଶୁକୁ ଦୁବାଇ ଶାରଜାହାରେ ତାଙ୍କ ବାପାଙ୍କ ପାଖକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe