Pakistan Today
ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଶ୍ୱଶୁରଙ୍କ ବିରୋଧରେ ତାଙ୍କ ବୋହୂ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ ।
ମୁରାଦାବାଦ ଜିଲ୍ଲାର ଏକ ଥାନାରେ ପୀଡିତା ବୋହୂ ଅଭିଯୋଗ କରି କହିଛନ୍ତି, ମୋର ଶ୍ୱଶୁର ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ। ତାଙ୍କର ନାମ ରାଜେନ୍ଦ୍ର। ଶ୍ୱଶୁର ମୋର ବିବାହର ୪ମାସ ପରେପରେ ମୋତେ ଯୌନ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ମୁଁ ଏହାକୁ ବିରୋଧ କରିବା ପରେ ସେ ମୋ ସହିତ ଏପରି କରିବା ବନ୍ଦ କରି ଦେଇଥିଲେ ଓ ମୋତେ କ୍ଷମା ମାଗିଥିଲେ। ଭାବି ଥିଲି ଶ୍ୱଶୁର ମୋ ସହ ଏଭଳି କାମ ଆଉ କେବେ କରିବେ ନାହିଁ। କିନ୍ତୁ କିଛିଦିନ ଗଲା ପରେ ମୋ ସହିତ ଶ୍ୱଶୁର ହଠାତ ପୁଣିଥିରେ ଏଭଳି କାମ କରିବା ଆରମ୍ଭ କରି ଦେଇଥିଲେ।
India Todayକେବଳ ଏତିକି ନୁହେଁ ଅନେକ ସମୟରେ ସେ ରୁମ୍ର ପଙ୍ଖା ବନ୍ଦ କରିବା ସହିତ ମୋତେ ଶୋଇବାକୁ ଦିଅନ୍ତି ନାହିଁ ଏବଂ ସବୁବେଳେ ତାଙ୍କୁ ଆଉଥରେ ବିବାହ କରିବା ପାଇଁ ବାଧ୍ୟ କରି ଥାଆନ୍ତି। ବନ୍ଧୁକ ମୁନରେ ଅନେକ ସମୟରେ ମୋତେ ଭୟଭୀତ କରାଇ ସେ ମୋ ସହିତ ଦୁଷ୍କର୍ମ ବି କରିଛନ୍ତି। ତେବେ ଶ୍ୱଶୁରଙ୍କ ଏଭଳି ସ୍ୱଭାବ ବିଷୟରେ ସ୍ୱାମୀଙ୍କୁ କହିବାରୁ ସେ ମୋତେ ଗାଳି ଦେଇ ମୋତେ ଚୁପ୍ କରି ଦେଇଥାଆନ୍ତି। ଏସବୁ କଷ୍ଟ ଆଉ ସହ୍ୟ କରି ନପାରି ଶେଷରେ ବାଧ୍ୟ ହୋଇ ମୁଁ ଶ୍ୱଶୁରଙ୍କ ବିରୋଧରେ ଏହି ଅଭିଯୋଗ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରାଯିବ। ତଦନ୍ତ ପରେ ମହିଳାଙ୍କ ଅଭିଯୋଗ ଯଦି ସତ ପ୍ରାମଣିତ ହେଲା, ତେବେ ତୁରନ୍ତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us