ଜଣେ ବୃଦ୍ଧା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ପାଖାପାଖି ଦେଢ଼ କୋଟି ଟଙ୍କା

Advertisment
ଜଣେ ବୃଦ୍ଧା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ପାଖାପାଖି ଦେଢ଼ କୋଟି ଟଙ୍କା

ନୂଆଦିଲ୍ଲୀ: ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକକୋଟି ୪୨ଲକ୍ଷ ଟଙ୍କା ମିଳିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହିତ ମହିଳା ଭିକାରୀଙ୍କ ନାମରେ ପାଞ୍ଚଟି ଘର ଥିବା ବି ଯାଞ୍ଚରୁ ଜଣାପଡ଼ିଛି।

ଉକ୍ତ ଭିକାରୀଙ୍କ ନାମ ନଫିଆ ଓ ତାଙ୍କ ବୟସ ୫୭ ବୋଲି ଜଣାପଡ଼ିଛି। ନଫିଆ ନାମକ ଭିକାରୀ ଜଣକ ଇଜିପ୍ଟରେ ବସବାସ କରନ୍ତି। ତାଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଅଛି। ଭିକାରୀଙ୍କ ଏହି ବ୍ୟାଙ୍କ ଆକାଉଣ୍ଟରୁ ଏକକୋଟି ୪୨ଲକ୍ଷ ଟଙ୍କା ମିଳିବା ଘଟଣାକୁ ନେଇ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ନଫିଆଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି।

ତେବେ ମହିଳା ଭିକାରୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ହ୍ବିଲ ଚେୟାରରେ ବସି ବଜାରରେ ଭିକ ମାଗୁଥିବା ଜଣାପଡ଼ିଛି। ସେ ଏଭଳି ଶୈଳୀରେ ବସି ଭିକ ମାଗୁଥିଲେ ଯେ ତାଙ୍କୁ ଯିଏ ଦେଖୁଥିଲେ ବାସ୍ତବରେ ତାଙ୍କ ଗୋଡ଼ ନଥିବା ଭାବୁ ଥିଲେ।
ନଫିଆ ଇଜିପ୍ଟର ଅନେକ ରାଜ୍ୟ ବୁଲିବୁଲି  ଭିକ ମାଗୁଥିଲେ। କେବଳ ଭିକ ମାଗିବା ସମୟ ପର୍ଯ୍ୟନ୍ତ ସେ ହ୍ବିଲ ଚେୟାରରେ ବସି ରହୁଥିଲେ। ବାକି ସମୟ ସେ ଗୋଡରେ ଚଲାବୁଲା କରୁଥିଲେ।  ପୁଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷାରୁ ତାଙ୍କର କୌଣସି ରୋଗ ନାହିଁ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe