ଦିଅର ପ୍ରେମ ସଜାଇଲା ହତ୍ୟାକାରୀ, ନିଦ ବଟିକା ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

New Project (4)qwer

ନୂଆଦିଲ୍ଲୀ: ଦିଅର ପ୍ରେମ ସଜାଇଲା ହତ୍ୟାକାରୀ। ନିଦ ବଟିକା ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଦିଲ୍ଲୀରେ ଘଟିଛି ଏଭଳି ଛାତିଥରା ଘଟଣା। ଅଭିଯୁକ୍ତ ପତ୍ନୀ ନିଦ ବଟିକା ଦେବା ପରେ ସ୍ବାମୀକୁ ବିଦ୍ୟୁତ୍ ଆଘାତ ଦେଇଥିଲେ। କାହାକୁ ସନ୍ଦେହ ନହେବା ପାଇଁ ସେ ଏଭଳି କରିଥିବା ବେଳେ ପୁଲିସର ସନ୍ଦେହ ଅଭିଯୁକ୍ତଙ୍କ ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାକୁ ନେଇ ଏବେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକଜଣକ ହେଲେ କରଣ ଦେବ। ଅଭିଯୁକ୍ତମାନେ ହେଲେ ସୁସ୍ମିତା ଓ ରାହୁଲ।

ପୁଲିସର କହିବା ମୁତାବକ, ପୀଡିତ କରଣ ଦେବଙ୍କୁ ତାଙ୍କ ପତ୍ନୀ ସୁସ୍ମିତା ଜୁଲାଇ ୧୩ ତାରିଖରେ ମାତା ରୂପରାଣୀ ମାଗୋ ହସ୍ପିଟାଲକୁ ଆଣିଥିଲେ। ଡାକ୍ତରଙ୍କ ଆଗରେ ସେ ଦାବି କରିଥିଲେ ଯେ, କରଣଙ୍କୁ ବିଦ୍ୟୁତ୍ ଆଘାତ ଲାଗିଛି। ଏହା ପରେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ମୃତ ଘୋଷଣା କରିଥିଲେ, ଯାହା ପରେ ତାଙ୍କ ପରିବାର ଏହାକୁ ଏକ ଦୁର୍ଘଟଣା ବୋଲି ବିଶ୍ୱାସ କରି ବ୍ୟବଚ୍ଛେଦ ନକରିବାକୁ କହିଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ପୀଡିତଙ୍କ ବୟସ ଏବଂ ମୃତ୍ୟୁର ପରିସ୍ଥିତିକୁ ଦେଖି ଶବ ବ୍ୟବଚ୍ଛେଦ କରିବାକୁ ଜିଦ୍ ଧରିଥିଲା। ହେଲେ ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ ସୁସ୍ମିତ‌ା ଓ ରାହୁଲ। କିନ୍ତୁ ଶେଷରେ ପୁଲିସ ବ୍ୟବଚ୍ଛେଦ କରିବାରେ ସଫଳ ହୋଇଥିଲା। 

ଘଟଣାର ତିନି ଦିନ ପରେ ପୀଡିତଙ୍କ ସାନ ଭାଇ କୁନାଲ ପୁଲିସକୁ କହିଥିଲେ ଯେ, ସେ ସନ୍ଦେହ କରୁଛନ୍ତି ଯେ କରଣଙ୍କୁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟ ଭାଇ ହତ୍ୟା କରିଛନ୍ତି। ସେ ସୁସ୍ମିତା ଏବଂ ରାହୁଲଙ୍କ ମଧ୍ୟରେ ହୋଇଥିବା ଏକ ଇନଷ୍ଟାଗ୍ରାମ ଚାଟର ପ୍ରମାଣ ମଧ୍ୟ ଦେଇଥିଲେ, ଯେଉଁଥିରେ ସେମାନେ ହତ୍ୟା ଯୋଜନା ବିଷୟରେ ଆଲୋଚନା କରିଥିଲେ। ଚାଟ୍‌ରୁ ଦୁହିଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିଲା। ପୁଲିସ କଷ୍ଟଡିକୁ ‌ନେଇ ପଚରାଉଚରା କରିବା ପରେ ପତ୍ନୀ ସୁୁସ୍ମିତା ନିଜର ଦୋଷ ସ୍ବୀକାର କରିଥିଲେ। ଏହା ସହ ୧୫ଟି ନିଦ ବଟିକା ଦେବା ପରେ କରଣଙ୍କ ମୃତ୍ୟୁ ନହେବାରୁ ୨ଅଭିଯୁକ୍ତ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲେ ବୋଲି ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe