ମଦ ପାଇଁ ଟଙ୍କା ମାଗିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

ମଦ ପାଇଁ ଟଙ୍କା ମାଗିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

newindianexpress.com

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ମହିଳା ମଦ ପିଇବା ପାଇଁ ଟଙ୍କା ମାଗିବାରୁ ତାକୁ ଜଣେ ଯୁବକ ଜିଅନ୍ତା ଜାଳି ଦେଇଥିବା ଜଣା ପଡ଼ିଛି । ଅକ୍ଟୋବର ୨୮ରେ ଘଟିଥିବା ଘଟଣା ପାଇଁ ଏଭଳି ଅପରାଧ ଅଭିଯୁକ୍ତ କରିଥିବା ସାମ୍ନାକୁ ଆସିଛି । ଅଭିଯୁକ୍ତର ନାଁ ସଞ୍ଜୟ ବୋଲି ଜଣା ପଡ଼ିଥିବା ବେଳେ ମୃତକଙ୍କ ନାଁ ଲକ୍ଷ୍ମୀ କର୍ମକାର ବୋଲି ଜଣା ପଡ଼ିଛି । ସଞ୍ଜୟ ପ୍ରଥମେ ଝଗଡ଼ା କରି ଲକ୍ଷ୍ମୀଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ପିଟି ଦେବା ପରେ ସେ ଅଚେତ୍‌ ହୋଇ ଯାଇଥିଲେ । ଯାହା ପରେ ସଞ୍ଜୟ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା କହିଛି ପୁଲିସ । ଘଟଣାର ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି ନେଇଛି ।

Image result for woman-burnt-alive-after-demanding-money-for-consuming-liquor-in-west-bengal Times of India

ଗିରଫ କରାଯାଇ ହତ୍ୟା ପଛର କାରଣ ପଚରାଯିବା ପରେ ସଞ୍ଚୟ କହିଥିଲା କି, ଲକ୍ଷ୍ମୀ ଅକ୍ଟୋବର ୨୮ରେ କାଳୀ ପୂଜା ଦିନ ସଞ୍ଜୟଙ୍କ ମା’ଙ୍କୁ ଗାଳି ଦେବା ସହ ତାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ, ଏଥିପାଇଁ ରାଗରେ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କରିଥିବା ପୁଲିସକୁ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe