Image Courtesy of The Statesman
ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍ ସିପ୍ ଡ୍ରଗ୍’ ମାମଲାରେ ଅଭିଯୁକ୍ତା ଜଣେ ନାରୀ ଗୋଟାଏ ‘ସାନିଟାରି ନ୍ୟାପ୍କିନ୍’ ଭିତରେ ‘ଡ୍ରଗ୍ସ୍’ ଲୁଚାଇ ଜାହାଜରେ ଚଢ଼ିଥିବା କଥା ଶନିବାର ଦିନ ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) କହିଛି।
ସ୍ମରଣଯୋଗ୍ୟ, ଅକ୍ଟୋବର ୨ ତାରିଖ ରାତିରେ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବିଳାସମୟ ଜାହାଜ ‘କର୍ଡେଲିଆ କ୍ରୁଜ୍’ରେ ଡ୍ରଗ୍ ପାର୍ଟି ଚାଲୁଥିବା ବେଳେ ସେଥିରେ ପୂର୍ବରୁ ଯାତ୍ରୀ ସାଜି ଚଢ଼ିଥିବା ‘ଏନ୍ସିବି’ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ପ୍ରଥମେ ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଅଟକ ରଖି ‘ଏନ୍ସିବି’ ପଚରାଉଚରା କରିବା ପରେ ଏପର୍ଯ୍ୟନ୍ତ ଏଥିରେ ସମ୍ପୃକ୍ତ ଥିବା ପ୍ରାୟ ୧୯ଜଣଙ୍କୁ ଗିରଫ କରିଛି।
Screen Grab Image Courtesy of NDTVଗତକାଲି ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ଜଣେ ବୁଲା ‘ଡ୍ରଗ୍ ବିକ୍ରେତା’। ତାଙ୍କୁ ଗିରଫ କରାଯିବା ପରେ ଗିରଫ ହୋଇଥିବା ସମୁଦାୟ ବ୍ୟକ୍ତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିଲା।
ଗୁରୁବାର ଦିନ ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ଏହି ମାମଲାର ଶୁଣାଣି କରି ଆର୍ୟନ୍ ଖାନ୍ ଓ ଅନ୍ୟ ୭ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ଆର୍ୟନ୍ଙ୍କ ବିଷୟରେ ସଫେଇ ଦେଇ ତାଙ୍କ ଓକିଲ ସତୀଶ ମାନେସିନ୍ଧେ କହିଥିଲେ, ଆର୍ୟନ୍ଙ୍କୁ ‘କ୍ରୁଜ୍ ପାର୍ଟି’କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ, ତାଙ୍କ ନିକଟରେ ‘ବୋର୍ଡିଙ୍ଗ୍ ପାସ୍’ ନ ଥିଲା। ଜାହାଜରେ ତାଙ୍କ ପାଇଁ କୌଣସି ସିଟ୍ କିଂବା କ୍ୟାବିନ୍ ମଧ୍ୟ ନ ଥିଲା। ଦ୍ୱିତୀୟତଃ, ଜବତ ହୋଇଥିବା ‘ଡ୍ରଗ୍’ଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ତାଙ୍କ ପାଖରେ ନ ଥିଲା। କେବଳ ‘ଚ୍ୟାଟ୍’କୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି।
Follow Us