ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଜାଣିବା ପରେ ପତ୍ନୀ ରାଗରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଝରକା ବାଟେ ଫିଙ୍ଗି ଦେଲେ

Advertisment
ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଜାଣିବା ପରେ ପତ୍ନୀ ରାଗରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଝରକା ବାଟେ ଫିଙ୍ଗି ଦେଲେ

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ନେଇ କଳି ଝଗଡ଼ା ଲାଗିବା କଥା ତ ଆମେ ଶୁଣିଛେ। କିନ୍ତୁ ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନାଯୋଗ୍ୟ, ଅନ୍ୟ ମହିଳାଙ୍କ ସହିତ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣିବା ପରେ ପତ୍ନୀ ରାଗି ଯାଇ ଏକ ଧାରୁଆ ଛୁରୀରେ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ କାଟି ଝଟକା ବାହାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଏହି ଘଟଣାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ଏମିତି ବି ଘଟଣା ଥାଇଲ୍ୟାଣ୍ଡରେ ଘଟିଛି।

publive-image

୨୪ବର୍ଷୀୟ କରୁଣା ସନୁସନ ପୁଲିସକୁ କହିଛନ୍ତି, ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ସ୍ୱାମୀ ସିରିପାନଙ୍କ ଶୋଇବାକୁ ଅପେକ୍ଷା କରିଥିଲେ। ପୁଣି ସ୍ୱାମୀଙ୍କୁ ଉତ୍ତେଜିତ କରି ୧୨ଇଞ୍ଚର ଧାରୁଆ ଛୁରୀରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। କେବଳ ଏତିକି ନୁହେଁ, ଏହାପରେ ସେ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ ବେଡରୁମ ଝରକା ବାଟେ ବାହାରକୁ ଫିଙ୍ଗି ଦେଇଥିଲେ । ଏପରି କରିବାର କାରଣ ଏହା ଯେପରି ଆଉ କାହାକୁ ନ ମିଳେ। ସିରିପାନଙ୍କ ଚିତ୍କାର ଶୁଣିବା ପରେ କରୁଣାଙ୍କ ପଡୋଶୀ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିରିପାନଙ୍କ ଗୁପ୍ତାଙ୍ଗକୁ ଖୋଜି ବରଫ ଡବ୍ଦାରେ ରଖି ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଚିକିତ୍ସା ପାଇଁ କହିଥିଲେ। କିନ୍ତୁ ପୁଣିଥରେ ସିରିପାନଙ୍କ ଗୁପ୍ତାଙ୍ଗକୁ ରୋପଣ କରାଯାଇ ପାରିବ ନାହିଁ ବୋଲି ଡାକ୍ତର ମନା କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe