ଅସଦାଚରଣରୁ ନିଜକୁ ବଞ୍ଚେଇବା ପାଇଁ ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ମାଆ-ଝିଅ

ଅସଦାଚରଣରୁ ନିଜକୁ ବଞ୍ଚେଇବା ପାଇଁ ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ମାଆ-ଝିଅ

କାନପୁର: କାନପୁରର ଏକ ଚଳନ୍ତା ଟ୍ରେନ୍‌ରେ ନିଜକୁ ଅସଦାଚରଣରୁ ବଞ୍ଚାଇବା ପାଇଁ ଜଣେ ମହିଳା ଓ ତାଙ୍କ ଝିଅ ସହିତ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଟ୍ରେନ୍‌ ମଧ୍ୟରେ ଏକ ଅମାନୁଷିକ ଗୋଷ୍ଟୀ ନୀଚ ଆଚରଣ ପ୍ରଦର୍ଶନ କରିବା ପରେ ଅନ୍ୟ କିଛି ଉପାୟ ନପାଇ ଅସହାୟ ମହିଳା ଜଣକ ନିଜ ଝିଅ ସହ ତଳକୁ ଡେଇଁ ପଡ଼ିବାକୁ ଶ୍ରେୟ ମଣିଥିଲେ। ଟ୍ରେନ୍‌ରୁ ଡେଇଁପଡ଼ିବା ପରେ ଉଭୟ ମାଆ ଝିଅ ଗୁରୁତର ଅବସ୍ଥାନେ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା ଏବଂ ତାଙ୍କ ଝିଅ ଟ୍ରେନ୍‌ ଯୋଗେ ହରିଦ୍ୱାରରୁ ଦିଲ୍ଲୀ ଯାତ୍ରା କରୁଥିଲେ। ଟ୍ରେନ୍‌ଟି ହରିଦ୍ୱାର ଷ୍ଟେସନ୍‌ ଛାଡ଼ିବା ପରେ କିଛି ଦୁର୍ବୃତ୍ତ ତାଙ୍କ ସହ ଅସଦାଚରଣ କରିବାକୁ ଉଦ୍ୟମ କରିିଥିଲେ। କାନପୁର ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe