ଗର୍ଭପାତ ଭ୍ରୂଣର ଡିଏନଏ ଟେଷ୍ଟ ଦାବି କଲେ ଯୁବତୀ

Advertisment
ଗର୍ଭପାତ ଭ୍ରୂଣର ଡିଏନଏ ଟେଷ୍ଟ ଦାବି କଲେ ଯୁବତୀ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଅଭବନୀୟ ଘଟଣା। ଜଣେ ଯୁବତୀ ଭୋପାଳ ପୁଲିସକୁ ଆଶ୍ଚର୍ଯ୍ୟଚକିତ କରି ତାଙ୍କ ଗର୍ଭପାତ ଭ୍ରୂଣର ଡିଏନଏ ଟେଷ୍ଟ କରିବା ପାଇଁ ଅଡ଼ି ବସିଛନ୍ତି। ନିଜ ଚରିତ୍ର ଉପରେ ସ୍ୱାମୀ ଉଠାଇଥିିବା ପ୍ରଶ୍ନଚିହ୍ନକୁ ଦୂର କରିବା ପାଇଁ ଯୁବତୀ ଜଣକ ଏପରି କାର୍ଯ୍ୟ କରିଛନ୍ତି। ଯୁବତୀଙ୍କ ଏହି ଆବେଦନ ପାଇବା ପରେ ପ୍ରଥମେ ପୁଲିସ ଏହାକୁ ହାଲୁକାଭାବେ ନେଇ ଏଡାଇ ଯାଇଥିଳା। ମାତ୍ର ଯୁବତୀଜଣକ ଅଡ଼ି ବସିବାରୁ ଶେଷରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ବାଧ୍ୟ ହୋଇ ଭ୍ରୂଣର ଡିଏନଏ ଟେଷ୍ଟ ପାଇଁ ପଠାଇଛି।
ମଧ୍ୟପ୍ରଦେଶର ସିଓନି ଜିଲ୍ଲା କୁରାଇ ଥାନାରେ ରୀତା ଶିଭହରେ ନାମକ ଜଣେ ଯୁବତୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ଜବଲପୁର ଜିଲ୍ଲାରେ। ସେ ପ୍ରାୟ ବର୍ଷେ ତଳେ ଖଓ୍ଵାସା ଗ୍ରାମର ପଙ୍କଜ ଶିଭହରେଙ୍କୁ ବିବାହ କରିଥିଲେ। ବିବାହ କିଛିଦିନ ପରେ ସେ ଅନ୍ତସତ୍ତ୍ୱା ହୋଇଥିଲେ।ମାତ୍ର ପଙ୍କଜ ରୀତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ରୀତା ତାଙ୍କୁ ଧୋକା ଦେଇ ଅନ୍ୟ କାହାର ସନ୍ତାନଙ୍କୁ ଗର୍ଭରେ ଧାରଣ କରିଛନ୍ତି ବୋଲି ପଙ୍କଜ ଅଭିଯୋଗ କରିବା ସହିତ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହା ପରେ ପଙ୍ଗଜ ରୀତାଙ୍କୁ ଜବଲପୁର ନେଇ ତାଙ୍କ ବାପଘରେ ଛାଡ଼ି ଦେଇ ଆସିଥିଲେ। ତେବେ ଗତ ଡିସେମ୍ବର ୨୬ ତାରିଖ ଦିନ ରୀତା ତାଙ୍କ ବାପାମାଆଙ୍କ ସହିତ ପଙ୍କଜଙ୍କ ଗାଁ ଖଓ୍ଵାସା ଆସିଥିଲେ। ରୀତା ପଙ୍କଜଙ୍କ ଘରେ ପହଞ୍ଚିବା ପରେ ପଙ୍କଜ, ତାଙ୍କ ବାପାମାଆ ଓ ସମ୍ପର୍କୀୟମାନଙ୍କ ସହିତ ବଡ଼ଧରଣର ପାଟିତୁଣ୍ଡ ହୋଇଥିିଲା। ଏ ନେଇ ଉଭୟ ପକ୍ଷ କୁରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହା ପରେ ରୀତା ତାଙ୍କ ପରିବାର ସହିତ ଜବଲପୁର ଫେରି ଯାଇଥିଲେ। ମାନସିକ ଅଶାନ୍ତି ଯୋଗୁଁ ରୀତାଙ୍କର ଗର୍ଭଧାରଣରେ ସମସ୍ୟା ସୃଷ୍ଟି ହୋଇଥିିଲା ଓ ଏକ ଡାକ୍ତରଖାନାରେ ଗର୍ଭପାତ ହୋଇଯାଇଥିଲା। ତେବେ ରୀତା ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଡାକ୍ତରଖାନାରୁ ତାଙ୍କ ପେଟରୁ ବାହାରି ଥିବା ଭ୍ରୂଣକୁ ସଂଗ୍ରହ କରିଥିଲେ। ଏହି ଭ୍ରୂଣକୁ ଏକ ବାକ୍ସ ଭିତରେ ଭର୍ତ୍ତି କରି ଆସି କୁରାଇ ଥାନାରେ ପହଞ୍ଚିିଥିଲେ। ତେବେ ପ୍ରଥମେ ପ୍ରଥମେ ଏ ନେଇ ମାମଲା ରୁକୁ କରି ଡିଏନଏ ଟେଷ୍ଟ କରିବାକୁ ରାଜି ନ ଥିଲା ପୁଲିସ। ମାତ୍ର ବରିଷ୍ଠ ପୁଲିସମାନଙ୍କ ହସ୍ତକ୍ଷେପ ଫଳରେ ପୁଲିସ ଭ୍ରୂଣର ଡିଏନଏ ଟେଷ୍ଟ କରିବା ପାଇଁ ପରୀକ୍ଷାଗାରକୁ ପଠାଇଛି । ସିଓନି ଜିଲ୍ଲା ଅତିରିକ୍ତ ପୁଲିସ ଅଧିକ୍ଷକ ଗୋପାଳ ଖଣ୍ଡେଲ କହିଛନ୍ତି ଯେ , ଦୁଇ ପରିବାର ମଧ୍ୟରେ ରହିଥିବା ସନ୍ଦେହ ଏହି ଡିଏନଏ ଟେଷ୍ଟ ଦୂର କରି ପାରିବ। ଯଦି ରୀତାଙ୍କ ଦାବି ସତ୍ୟ ହୁଏ, ତେବେ ଏହା ଦ୍ୱାରା ପଙ୍କଜଙ୍କ ସନ୍ଦେହ ଦୂର ହେବା ସହିତ ଦୁଇ ପରିବାର ପୁଣିି ଏକଠି ହୋଇ ପାରିବେ ବୋଲି ଶ୍ରୀ ଖଣ୍ଡେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe