ଆନ୍ଧ୍ରପ୍ରଦେଶ: ପାଣି ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ମହିଳାଙ୍କ ମଧ୍ୟରେ ବଚଶା, ଜଣେ ମୃତ

Advertisment
ଆନ୍ଧ୍ରପ୍ରଦେଶ: ପାଣି ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ମହିଳାଙ୍କ ମଧ୍ୟରେ ବଚଶା, ଜଣେ ମୃତ

Photo Credit: BCCL

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ସୋମପେଟାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶ୍ରୀକାକୁଲମ ଜିଲ୍ଲାର ୩୮ ବର୍ଷୀୟା ମହିଳା ପଦ୍ମା ପାଣି ପାଇଁ ଯାଇଥିବା ବେଳେ ଅନ୍ୟ ଜଣେ ମହିଳା ସହ ଧସ୍ତାଧସ୍ତି ହେବାରୁ ପ୍ରାଣ ହରାଇଛନ୍ତି। ପଦ୍ମା ଧସ୍ତାଧସ୍ତି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ସେଠାରେ ଖସିପଡ଼ିଥିଲେ ବୋଲି ସୂଚନା ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପଦ୍ମା ପିଇବା ପାଣି ଆଣିବାକୁ ସ୍ଥାନୀୟ ଅଞ୍ଚଳରେ ଥିବା ସର୍ବସାଧାରଣ ଟ୍ୟାପ୍‌ ନିକଟକୁ ଯାଇଥିଲେ। ସେଠାରୁ ପାଣି ଆଣିବା ପାଇଁ ଆହୁରି ଅନେକ ମହିଳା ଧାଡ଼ିରେ ଛିଡ଼ା ହୋଇଥିଲେ। ଧାଡ଼ିରେ ଆଗ ପଛ ଛିଡ଼ା ହେବାକୁ ନେଇ ଅନ୍ୟ ଦୁଇ ଜଣ ମହିଳାଙ୍କ ସହ ତାଙ୍କର ବଚଶା ହୋଇଥିଲା। ଅନ୍ୟ ମହିଳା ଜଣକ ତାଙ୍କୁ ଠେଲାପେଲା କରିବାରୁ ସେ ଛାତି ଧରି ପାଟି କରିଥିଲେ। ପଦ୍ମାଙ୍କ ଛାତିରେ ଅଚାନକ ଯନ୍ତ୍ରଣା ହେବାରୁ ସେ ତଳେ ଖସି ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପଲ୍ଳି ବିଧିୟା ଏହି ମହିଳାଙ୍କ ମୃତ୍ୟୁକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିବା ସହ ମାମଲା ରୁଜ୍ଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe