ସାଇବର ଠକେଇରେ ୫ଲକ୍ଷ ହରାଇବା ପରେ ଜୀବନ ହାରିଲେ ଯୁବତୀ

Advertisment
ସାଇବର ଠକେଇରେ ୫ଲକ୍ଷ ହରାଇବା ପରେ ଜୀବନ ହାରିଲେ ଯୁବତୀ

Symbolic image: Courtsey Times of India

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସହରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଅନଲାଇନ୍‌ ଆର୍ଥିକ ଠକେଇର ଶିକାର ହୋଇ ୫ ଲକ୍ଷ ଟଙ୍କା ହରାଇବା ପରେ ଏକ ସାତ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ, ସଂପୃକ୍ତା ଯୁବତୀ ଜଣକ ଅନଲାଇନ୍‌ ଆର୍ଥିକ ଠକେଇର ଶିକାର ହେବା ପରେ ଏପରି ଚରମ ପଦକ୍ଷେପ ନେଇଥିଲେ।

ପୁଲିସ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାନୁସାରେ, ମାଷ୍ଟର ଅଫ୍‌ ଏଜୁକେସନ୍‌ ଡିଗ୍ରିଧାରୀ ପୀଡିତା ଯୁବତୀ ଜଣକ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କ ପରିବାର ତାଙ୍କୁ ଚତୁର୍ଥ ମହଲା ଫ୍ଲାଟରୁ ନିଖୋଜ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ପରେ ଖୋଜାଖୋଜି କରିବା ପରେ ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଆପାର୍ଟମେଣ୍ଟ ତଳୁ ଉଦ୍ଧାର କରିଥିଲେ। ଯୁବତୀ ଜଣଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

ଅନୁସନ୍ଧାନ ଅଧିକାରୀ ଏସଆଇ ବିନୋଦ ଦ୍ୱିବେଦୀ କହିଛନ୍ତି ଯେ ଯୁବତୀ ଜଣକ କୋଠାର ସପ୍ତମ ମହଲାକୁ ଯାଇ ସେଠାରୁ ତଳକୁ ଡେଇଁପଡିଥିଲେ। ତାଙ୍କ ନିକଟରୁ କୌଣସି ଆତ୍ମହତ୍ୟା ନୋଟ ମିଳି ନାହିଁ। ତେବେ, ଅନଲାଇନ୍‌ ନିବେଶ ଠକେଇରେ ତାଙ୍କ ଠାରୁ ପ୍ରାୟ ୫ଲକ୍ଷ ଟଙ୍କା ଠକେଇ କରାଯାଇଥିଲା। ଏହି କାରଣରୁ, ସେ ମାନସିକ ଅବସାଦରେ ରହିଥିଲେ। ତାଙ୍କ ମା ତାଙ୍କ ବିବାହ ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ରଖିଥିବା ସଞ୍ଚୟ ଅର୍ଥକୁ ଅନ୍‌ଲାଇନ୍‌ ଠକମାନେ ତାଙ୍କ ଠାରୁ ଠକି ନେଇଥିଲେ। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ୩ ଜଣ ଠକଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe