ମା’କୁ ହତ୍ୟା କରି ମହିଳା ଇଞ୍ଜିନିୟର ଗିରଫ

Advertisment
ନାରୀ ସାଜିଲା ନାରୀର ‌ବଇରି : ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲା, ହତ୍ୟାକାରୀ ପୁତୁରା ବୋହୂ ଗିରଫ

blog.ipleaders.in

ବେଙ୍ଗାଲୁରୁ : ମା’କୁ ହତ୍ୟା କରିବା ଏବଂ ଭାଇକୁ ଛୁରିରେ ଭୂଷି ଗୁରୁତର ଆହତ କରିଥିବା ବେଙ୍ଗାଲୁରୁର ଜଣେ ମହିଳା ଇଞ୍ଜିନିୟରଙ୍କୁ ଆଣ୍ଡାମାନ ନିକୋବରରୁ ପୁଲିସ ଗିରଫ କରିଛି। ବେଙ୍ଗାଲୁରୁରେ ଏକ ସଫ୍‌ଟୱେୟାର କମ୍ପାନିରେ କାମ କରୁଥିବା ଏହି ମହିଳା ଇଞ୍ଜିନିୟର ତାଙ୍କ ମା’ଙ୍କୁ ହତ୍ୟା କରିବା ପରେ ଭାଇକୁ ଛୁରି ଭୁସିଥିଲେ। ଏହାପରେ ସେ ଆଣ୍ଡାମାନ ନିକୋବର ଦ୍ବୀପକୁ ପଳାଇ ଯାଇଥିଲା। ଏକ ପୁଲିସ ଟିମ୍‌କୁ ଆଣ୍ଡାମାନ ନିକୋବର ପଠାଯାଇଥିଲା ଏବଂ ପୁଲିସ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କୁ ସେଠାରୁ ଗିରଫ କରିଛି ବୋଲି ବେଙ୍ଗାଲୁରୁ ଡେପୁଟି ପୁଲିସ କମିସନର ଏମ୍‌.ଏନ୍‌. ଅନୁଚେତ କହିଛନ୍ତି। ଛୁରା ମାଡ଼ରେ ଗୁରୁତର ହୋଇପଡ଼ିଥିବା ଭାଇଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ସମ୍ପୃକ୍ତ ମହିଳା ଇଞ୍ଜିନିୟର କାହିଁକି ଏଭଳି କାଣ୍ଡ ଘଟାଇଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe