ପ୍ରେମିକଙ୍କ ସହ ସମୟ ବିତେଇବାକୁ ମହିଳା ରଚିଲେ ମିଛ ଅପହରଣ ନାଟକ: ଜରିମାନା ସହିତ ୬ ମାସ ଜେଲ୍‌ ଦଣ୍ଡାଦେଶ ଜାରି

Advertisment
ପ୍ରେମିକଙ୍କ ସହ ସମୟ ବିତେଇବାକୁ ମହିଳା ରଚିଲେ ମିଛ ଅପହରଣ ନାଟକ: ଜରିମାନା ସହିତ ୬ ମାସ ଜେଲ୍‌ ଦଣ୍ଡାଦେଶ ଜାରି

ମିଛ ଅପହରଣର ନାଟକ କରିବା ମହିଳାଙ୍କୁ ପଡ଼ିଛି ମହଙ୍ଗା । ନିଜ ପ୍ରେମିକଙ୍କ ସହିତ କିଛି ସମୟ ବିତାଇବା ପାଇଁ ସ୍ୟାଣ୍ଡି ଗେଲ୍‌ଲାଡ୍‌ ନାମକ ଜଣେ ୨୫ ବର୍ଷୀୟ ମହିଳା ନିଜ ଅପହରଣର ମିଛ ନାଟକ ରଚିିଥିଲେ । ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଆଉ ଜଣେ ଦ୍ୱିତୀୟ ପୁରୁଷଙ୍କ ସହ ରହୁଥିଲେ ।

ସୂଚନା ଅନୁଯାୟୀ ଗେଲ୍‌ଲାଡ୍‌ ତାଙ୍କ ପ୍ରେମିକଙ୍କ ସହ କିଛି ସମୟ ବିତାଇବା ପାଇଁ ପ୍ରେମିକଙ୍କୁ ମେସଜ୍‌ କରି କହିଥିଲେ କି ମୋତେ ଏକ କଳାକାର୍‌ରେ ଅପହରଣ କରି ଦିଆଯାଇଛି । ମୋତେ ତମେ ବଞ୍ଚାଅ । ଗେଲ୍‌ଲାଡାଙ୍କ ମେସେଜ୍‌ ପାଇଲା ପରେ ପ୍ରେମିକ ଜଣକ ପୁଲିସକୁ ଏ ବିଷୟରେ ଜଣାଇଥିଲେ । ଏହା ପରେ ଗେଲ୍‌ଲାଡଙ୍କୁ ଖୋଜିବା ପାଇଁ ଏକ ୫୦ ଜଣିଆ ପୁଲିସ୍‌ ଟିମ୍‌ ଲାଗି ପଡ଼ିଥିଲେ । ୨୪ ଘଣ୍ଟା ବିତି ଗଲା ପରେ ମଧ୍ୟ ସେ ତାଙ୍କୁ ଖୋଜି ପାଇନଥିଲେ । ଏହା ପରେ ପୁଲିସ୍‌ ନିରାଶ ହୋଇ ଗୋଲ୍‌ଡାଡଙ୍କ ପ୍ରେମିକଙ୍କୁ ଏ ବିଷୟରେ ଜଣାଇବା ପରେ ପ୍ରେମିକ ପୁଲିସ୍‌କୁ କହିଥିଲେ ଗେଲ୍‌ଲାଡ ଘରକୁ ଫେରି ଆସିଛନ୍ତି ବୋଲି।

ଏହା ପରେ ପୁଲିସ ତାଙ୍କୁ ଡାକି ଅପହରଣକାରୀ ତାଙ୍କୁ ଏତେ ସହଜରେ କେମିତି ଛାଡ଼ି ଦେଲା ବୋଲି ପଚାରିବାରୁ ସେ କହିଥିଲେ “ମୁଁ ଏହାର କାରଣ ଜାଣି ନାହିଁ । ସେ ମତେକହିଲେ ତୁମେ ଯାଇପାର” । କିନ୍ତୁ ପୁଲିସ ଏ କଥା ସହଜରେ ବିଶ୍ୱାସ ନ କରି ପାରିି ସନ୍ଦେହରେ ତାଙ୍କୁ ବେଶି ପଚରାଉଚରା କରିବାରୁ ସେ ସତ କଥା ମାନିଥିଲେ । କହିଲେ, “ମୋତେ ଅପହରଣ କରାଯାଇନଥିଲା। ମୁଁ ମୋ ନୂଆ ପ୍ରେମିକଙ୍କ ସହ କିଛିସମୟ ବିତାଇବା ପାଇଁ ଏଭଳି କରିଥିଲି । ମୁଁ ଏଭଳି କରିଛି ବୋଲି ମୋ ପ୍ରେମିକଙ୍କୁ ମଧ୍ୟ ଜଣା ନଥିଲ।’’ ଏହାପରେ ମିଛି ଅପହରଣର ନାଟକ କରିଥିବା ଅଭିଯୋଗରେ ଫ୍ରେଞ୍ଚ ଅଦାଲତ ତାଙ୍କୁ ଗୁରୁବାର ୫୮୦୦ ୟୁରୋ ଜରିମାନା ଦାବି କରିବା ସହିତ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe