ଜିତିଲା ରାଗ, ହାରିଲା ପ୍ରେମ: ଝଗଡ଼ା ହେବାରୁ ଲିଭ୍-ଇନ୍ ପାର୍ଟନରଙ୍କ ଛାତିକୁ ଚିରି ହତ୍ୟା କଲେ ମହିଳା

Advertisment
ଜିତିଲା ରାଗ, ହାରିଲା ପ୍ରେମ: ଝଗଡ଼ା ହେବାରୁ ଲିଭ୍-ଇନ୍ ପାର୍ଟନରଙ୍କ ଛାତିକୁ ଚିରି ହତ୍ୟା କଲେ ମହିଳା

ବେଙ୍ଗାଲୁରୁ: ଜିତିଲା ରାଗ, ହାରିଲା ପ୍ରେମ। ଝଗଡ଼ା ହେବାରୁ ଲିଭ୍-ଇନ୍ ପାର୍ଟନରଙ୍କ ଛାତିକୁ ଚିରି ହତ୍ୟା କଲେ ମହିଳା। ବେଙ୍ଗାଲୁରୁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଅଭିଯୁକ୍ତର ନାମ ରେଣୁକା ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ନାମ ଜାଭେଦ ବୋଲି ଜଣାପଡ଼ିିଛି। ମଙ୍ଗଳବାର ଦିନ ବେଙ୍ଗାଲୁରୁର ହୁଲିମାବୁରେ ରେଣୁକା ନିଜ ଲିଭ୍-ଇନ୍ ପାର୍ଟନରଙ୍କୁ  ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଜଣକ କେରଳର ବାସିନ୍ଦା ଥିଲେ।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ବେଲଗବି ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେ ପୀଡିତ ଜାଭେଦଙ୍କ ସହ ଗତ ସାଢ଼େ ତିନି ବର୍ଷ ଧରି ଲିଭ-ଇନରେ ରହୁଥିଲେ। ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେମାନଙ୍କର ବାରମ୍ବାର ଯୁକ୍ତିତର୍କ ହେଉଥିଲା, ଯାହା ଶେଷରେ ହତ୍ୟାର ରୂପ ନେଲା। ମଙ୍ଗଳବାର ଦିନ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଶେଷରେ ରେଣୁକା ରାଗିଯାଇ ଜାଭେଦଙ୍କ ଛାତିରେ ଛୁରୀ ଭୁଶି ତାଙ୍କୁ ହତ୍ୟା କରିଥିଲେ।

ଜାଭେଦଙ୍କ ଚିତ୍କାର ଶୁଣି ପଡୋଶୀମାନେ ଘର ଭିତରକୁ ଆସିବାରୁ ରକ୍ତାକ୍ତ ଅବସ୍ଥାରେ ଜାଭେଦ ତଳେ ପଡ଼ିଥିବା ସହ ରେଣୁକା ପଛରେ ବସିଥିବା ଦେଖିଥିଲେ। ଏହା ପରେ ଜାଭେଦଙ୍କୁ ତାଙ୍କ ପଡୋଶୀ ଡାକ୍ତରଖାନା ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୁଲିସରେ ଏହି ଅପରାଧର ଅଭିଯୋଗ କରାଯିବାରୁ ରେଣୁକାଙ୍କୁ ହୁଲିମାବୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe