ଗର୍ଭରେ ଶିଶୁ କନ୍ୟା ଥିବା ଜାଣି ଗର୍ଭପାତ କରିବାକୁ କହିଲା ସ୍ବାମୀ, ସ୍ତ୍ରୀ ମନା କରିବାରୁ ଦେଲା ତିନ୍ ତଲାକ

Advertisment
ଗର୍ଭରେ ଶିଶୁ କନ୍ୟା ଥିବା ଜାଣି ଗର୍ଭପାତ କରିବାକୁ କହିଲା ସ୍ବାମୀ, ସ୍ତ୍ରୀ ମନା କରିବାରୁ ଦେଲା ତିନ୍ ତଲାକ

timesnownews.com

ମୁଜାଫରନଗର: କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ସରକାର ଅନେକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଏବେ ବି ଲୋକମାନଙ୍କ ଚିନ୍ତାଧାରା ବଦଳି ପାରି ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ମୁଜାଫରନଗରରେ ଦେଖିବାକୁ ମିଳିଛି। ସ୍ତ୍ରୀ ପେଟରେ କନ୍ୟା ସନ୍ତାନ ଥିବା ଜାଣି ସ୍ବାମୀ ପ୍ରଥମେ ଗର୍ଭପାତ କରିବାକୁ କହିବା ସହ ପରେ ସ୍ତ୍ରୀ ନ ମାନିବାରୁ ତିନ୍ ତଲାକ୍ ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ସ୍ବାମୀ ଗାଲିବ ବିରୋଧରେ ମାମଲା ରୁଜୁ କରି ନେଇଥିବା ଜଣା ପଡ଼ିଛି।

Image result for woman-given-triple-talaq-for-bearing-girl-child-in-uttar-pradesh Newsd

ସୂଚନା ମୁତାବକ, ପୀଡ଼ିତା ଫରଜାନା ଗର୍ଭବତୀ ଥିବା ବେଳେ ତାଙ୍କ ସ୍ବାମୀ ତାଙ୍କର ଭ୍ରୁଣ ପରୀକ୍ଷା କରାଇଥିଲେ। ଯାହା ପରେ ପେଟରେ କନ୍ୟା ସନ୍ତାନ ଥିବା ଜାଣି ଗାଲିବ ଫରଜାନାଙ୍କୁ ଗର୍ଭପାତ କରାଇବା ପାଇଁ କହିଥିଲେ। କାରଣ ପୂର୍ବରୁ ଦହିଁଙ୍କର ଦୁଇଟି କନ୍ୟା ସନ୍ତାନ ରହିଥିଲା ଓ ଗାଲିବ ତୃତୀୟ କନ୍ୟା ସନ୍ତାନ ଚାହୁଁ ନଥିଲେ। କିନ୍ତୁ ଫରଜାନା ଗର୍ଭପାତ ପାଇଁ ମନା କରିବାରୁ ଗାଲିବ ତାଙ୍କୁ ତିନ୍ ତଲାକ୍ ଦେଇ ଘରୁ ବାହାର କରି ଦେଇଥିଲେ। ଏବେ ଏହି ଘଟଣାକୁ ନେଇ ପୁଲିସ ଗାଲିବଙ୍କ ସମେତ ୯ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe