ଶିଳ୍ପପତିଙ୍କୁ ଗୁପ୍ତ ଭିଡିଓ ଜରିଆରେ ବ୍ଲାକ୍‌ମେଲ୍‌ କରି ଯୁବତୀ ଗିରଫ

ଶିଳ୍ପପତିଙ୍କୁ ଗୁପ୍ତ ଭିଡିଓ ଜରିଆରେ ବ୍ଲାକ୍‌ମେଲ୍‌ କରି ଯୁବତୀ ଗିରଫ

ରାଜକୋଟ: ମୋର୍ବିର ଜଣେ ଶିଳ୍ପପତିଙ୍କୁ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ସ୍ଥାନୀୟ କ୍ରାଇମ୍‌ ବ୍ରାଞ୍ଚ୍‌ ଜଣେ ଯୁବତୀଙ୍କୁ ଗିରଫ କରିଛି। ଶିଳ୍ପପତିଙ୍କ ସହ ମୈଥୁନ କରିବା ବେଳେ ସେ ଅତି ଗୋପନରେ ସେ ଦୃଶ୍ୟର ଭିଡିଓ ଉତ୍ତୋଳନ କରି ପକାଇଥିଲେ। ସେ ଯୁବତୀ ଏବଂ ତାଙ୍କର ସହଯୋଗୀ ଶିଳ୍ପପତିଙ୍କ ଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।

ମାମଲା ଅନୁସାରେ, ୫୨ ବର୍ଷିୟ ମନସୁଖ ଆଦୋଜା ବର୍ଷେ ତଳେ ୨୪ ବର୍ଷୀୟ କାଜଲ ପାରମରଙ୍କୁ ଭେଟିଥିଲେ। ଜଣେ ସାଧାରଣ ବନ୍ଧୁଙ୍କ ଦ୍ୱାରା ଉଭୟଙ୍କର ପରିଚୟ ହୋଇଥିଲା। ଆଦୋଜା ସବୁବେଳେ ପାରମରଙ୍କ ଘରକୁ ଯାଉଥିଲେ। ପାରମରଙ୍କ ସହ ଘରେ ରହୁଥିଲେ ଏକ ଘରୋଇ କମ୍ପାନିରେ କାମ କରୁଥିବା ତାଙ୍କ ଭାଇ। ପୁଲିସ କହିବା ଅନୁସାରେ, ଆଦୋଜା ଏବଂ ପାରମର ତିନି ମାସ ତଳେ ଦୈହିକ ସମ୍ପର୍କ ଆରମ୍ଭ କରିଥିଲେ।

ପୁଲିସ କହେ, ତିନି ମାସ ତଳେ ପାରମର ଆଦୋଜାଙ୍କୁ କହିଲେ କି, ସେ ଅସୁସ୍ଥ, ଟିକେ ଆସି ଦେଖି ଯାଅ। ପରେ ସେମାନେ ପରସ୍ପର ସହମତିରେ ଦୈହିକ ସମ୍ପର୍କ ଆରମ୍ଭ କରିଥିଲେ। ପାରମର କିନ୍ତୁ, କୌଶଳ କ୍ରମେ ଅତି ଗୋପନରେ ଦୈହିକ ସମ୍ପର୍କ ଦୃଶ୍ୟାବଳୀର ଭିଡିଓ ଉତ୍ତୋଳନ କରିଥିଲେ।

ସେ କ୍ଲିପ୍‌କୁ ପାରାମର ଆଦୋଜାଙ୍କ ନିକଟକୁ ପଠାଇ ୧ କୋଟି ଟଙ୍କା ଦାବି କରିଥିଲେ। ଯଦି ନ ଦିଅନ୍ତି ତେବେ କ୍ଲିପ୍‌ ଭାଇରାଲ୍‌ କରିବେ ବୋଲି ଧମକ ଦେଇଥିଲେ। ଦୁଷ୍କର୍ମ ମାମଲା ରୁଜୁ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ।

ପରେ ଶିଳ୍ପପତି କ୍ରାଇମ୍‌ ବ୍ରାଞ୍ଚ୍‌ରେ ଜଣାଇବାରୁ ସେମାନେ ପାରମର ଓ ତାଙ୍କ ସହଯୋଗୀଙ୍କୁ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe