ରାଜକୋଟ୍: ଜଣେ ନୁହେଁ, ଦୁଇ ଜଣ ନୁହଁନ୍ତି। ତିନି ତିନି ଜଣ ପରପୁରୁଷଙ୍କ ସହିତ ପତ୍ନୀଙ୍କର ଥିଲା ଅନୈତିକ ସମ୍ପର୍କ। ସ୍ୱାମୀଙ୍କ ଅନୁଉପସ୍ଥିତିରେ ସେମାନେ ଘରକୁ ଆସି ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲେ। ଏହାକୁ ବିରୋଧ କରିବାରୁ ପତ୍ନୀ ଓ ତାଙ୍କର ତିନି ପରପୁରୁଷ ବନ୍ଧୁ ବିଭିନ୍ନ ଭାବେ ମାନସିକ ଓ ଶରୀରିକ ନିର୍ଯ୍ୟାତନା ଦେବା ସହିତ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ। ଶେଷରେ ନିର୍ଯାତନ ସହି ନ ପାରି ସ୍ୱାମୀ ନିଜ ଦେହରେ କରେଣ୍ଟ ଲଗାଇ ଆତ୍ମହତ୍ୟା କଲେ। ଘଟଣାର ତିନିମାସ ପରେ ଏ ନେଇ ମହିଳାଙ୍କ ଭାଇ ଥାନାରେ ଅଭିଯାଗ କରିବାରୁ ପୁଲିସ ସମ୍ପୃକ୍ତ ମହିଳାଙ୍କ ସହିତ ତାଙ୍କ ୩ ପ୍ରେମିକଙ୍କ ନାମରେ ମାମଲା ରୁଜୁ କରିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗୁଜରାଟର ରାଜକୋଟରେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀଧାମ ବି ଡିଭିଜନ ଥାନା ଅଞ୍ଚଳରେ ପ୍ରହ୍ଲାଦ ମାହେଶ୍ୱରୀ ନାମକ ଜଣେ ଯୁବକ ନିଜ ପତ୍ନୀ ଧନବାଈ ମାହେଶ୍ୱରୀଙ୍କ ସହିତ ରହୁଥିଲେ। ତେବେ ଧନବାଈଙ୍କର ସେହି ଅଞ୍ଚଳର ନରସିନ୍ କୋଲି, ରବିଶଙ୍କର ମାହେଶ୍ୱରୀ ଓ ମହେଶ ମାହେଶ୍ୱରୀଙ୍କ ସହିତ ଅନୈତିକ ସମ୍ପର୍କ ଗଢ଼ିଉଠିଥିଲା। ଏହି ସମ୍ପର୍କକୁୁ ଧନବାଈଙ୍କ ସ୍ୱାମୀ ପ୍ରହ୍ଲାଦ ବିରୋଧ କରୁଥିଲେ ମଧ୍ୟ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିଲା। ଅପରପକ୍ଷେ ଧନବାଈ ତାଙ୍କ ପ୍ରେମିକମାନଙ୍କୁ ସ୍ୱାମୀଙ୍କ ବିରୋଧ ସମ୍ପର୍କରେ କହିବାରୁ ସେମାନେ ପ୍ରହ୍ଲାଦଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ। ପତ୍ନୀ ଓ ତାଙ୍କ ପ୍ରେମିକମାନଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ ଗତ ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପ୍ରହ୍ଲାଦ ନିଜ ଘର ଭିତରେ ଦେହରେ ବିଦ୍ୟୁତ କରେଣ୍ଟ ଲଗାଇ ଆତ୍ମହତ୍ୟା କରିଥିଲେ।ତେବେ ଭିଣୋଇଙ୍କ ମୃତ୍ୟୁରେ ମ୍ରିୟମାଣ ଧନବାଈଙ୍କ ଭାଇ ଲାଲଜୀ ନିକଟରେ ଗାନ୍ଧୀଧାମ ବି ଡିଭିଜନ ଥାନାରେ ପହଞ୍ଚି ତାଙ୍କ ଭଉଣୀ ଓ ଭଉଣୀଙ୍କ ତିନି ପ୍ରେମିକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଭିତ୍ତିରେ ପୁଲିସ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us