ନକଲି ଏଏସଆଇ ବନି କାଟୁଥିଲେ କୋଭିଡ-୧୯ ଚାଲାଣ

ନକଲି ଏଏସଆଇ ବନି କାଟୁଥିଲେ କୋଭିଡ-୧୯ ଚାଲାଣ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଗୁରୁବାର ଜଣେ ନକଲି ମହିଳା ସହକାରୀ ସବ୍‌-ଇନ୍‌ସପେକ୍ଟର (ଏଏସଆଇ)ଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ଦିଲ୍ଲୀ ପୁଲିସର ନକଲି ସହକାରୀ ସବ୍‌-ଇନ୍‌ସପେକ୍ଟର ବନି କୋଭିଡ-୧୯ର ଚାଲାଣ କାଟୁଥିଲେ ।

ତେବେ ଏହି ମହିଳାଙ୍କ ସ୍ୱଭାବ ଦେଖି କେହି କେହି ସନ୍ଦେହ ବି କରିଥିଲେ। ତେବେ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ପୁଲିସ ହଠାତ ଉକ୍ତ ମହିଳାଙ୍କ ଉପରେ ଚଢ଼ାଉ କରି ଗିରଫ କରିଥିଲା। ଏଥିସହିତ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

ଦିଲ୍ଲୀ ପୁଲିସର କହିବାନୁସାରେ, ଗିରଫ ପରେ ମହିଳାଙ୍କୁ ପଚରାଉଚରା କରାଯାଉଛି। ସେ ଏହି କାମ ଏକା କରୁଥିଲେ ନା ତାଙ୍କ ସହ ଆଉ କିଏ ସାମିଲ ଅଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଗିରଫ ମହିଳା ଜଣକ ଏହି କାମ ଆଗରୁ କରି ଥିଲେ ନା ପ୍ରଥମ ଥର ପାଇଁ କରିଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe