ବୋହୂଙ୍କୁ ‌‌ଯୌତୁକଜନିତ ଅତ୍ୟାଚାର, ବନ୍ଧା ହେଲେ ଶଶୁରଘରର ୭ ସଦସ୍ୟ

ବୋହୂଙ୍କୁ ‌‌ଯୌତୁକଜନିତ ଅତ୍ୟାଚାର, ବନ୍ଧା ହେଲେ ଶଶୁରଘରର ୭ ସଦସ୍ୟ

indiatoday.in

ଲକ୍ଷ୍ନୌ: କମୁନାହିଁ ଯୌତୁକଜନିତ ଅତ୍ୟାଚାର। ଉତ୍ତରପ୍ରଦେଶରେ ଜଣେ ମହିଳାଙ୍କୁ ‌ଯୌତୁକଜନିତ ଅତ୍ୟାଚାର କରିଥିବା ଅଭିଯୋଗରେ ପୁଲିସ୍‌ ଏକ ପରିବାରର ୭ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଘଟଣାଟି ଉତ୍ତରପ୍ରଦେଶର ବିଲ୍‌ସନ୍ଦା ପୁଲିସ୍‌ ‌‌ଷ୍ଟେସନ୍‌ ଅଧୀନରେ ଥିବା ଫିଲିଭିତ୍‌ରେ ଘଟିଛି।

୨୦୧୯ ମସିହା ଫେବ୍ରୁଆରି ୨୫ ତାରିଖରେ ଶ୍ରେୟା(ଛଦ୍ମନାମ) ଶାହାଜନପୁର ଜିଲ୍ଲାର ବଝିଆ ଲାଲପୁର ଗ୍ରାମର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବାହାଘର କିଛି ଦିନ ପର୍ଯ୍ୟନ୍ତ ସବୁ ଠିକ୍‌ ଠାକ୍‌ ଚାଲିଥିଲା। ଧୀରେ ଧୀରେ ଶ୍ରେୟାଙ୍କ ଶଶୁରଘର ଲୋକ ତାଙ୍କୁ ତାଙ୍କ ଘର ଲୋକଙ୍କଠାରୁ ଯୌତୁକ ଆଣିବାକୁ କହିଥିଲେ। ବାରମ୍ବାର ‌‌ଯୌତୁକ ଆଣିବାକୁ କହିଥିଲେ ବି ଶ୍ରେୟା ସେମାନଙ୍କ କଥାକୁ ଗୁରୁତ୍ବ ନ ଦେଇଥିବା କାରଣରୁ ତାଙ୍କ ଶଶୁରଘର ଲୋକଙ୍କ ବ୍ୟବହାରରେ ପରିବବର୍ତ୍ତନ ଆସିଥିଲା। ସେମାନେ ଶ୍ରେୟାଙ୍କୁ ଅତ୍ୟ‌ାଚାର କରିବା ଆରମ୍ଭ କରି ଦେଇଥିଲେ।

publive-image Times Now

ଶ୍ରେୟା ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଶଶୁରଘର ଲୋକ ତାଙ୍କୁ ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହିଥିଲେ। ଶ୍ରେୟା ଟଙ୍କା ନ ଆଣିବାରୁ ତାଙ୍କ ଶଶୁରଘର ଲୋକ ମିଶି ତାଙ୍କ ଉପରେ କିରୋସିନ ଢାଳି ତାଙ୍କ ଦେହରେ ନିଆଁ ଲଗାଇଥିଲେ। ଭାଗ୍ୟକୁ ଶ୍ରେୟା ବଞ୍ଚି ଯାଇଛନ୍ତି।

କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ଶ୍ରେୟାଙ୍କୁ ବିଦ୍ୟୁତ୍‌ ଆଘାତ ଦେଇଥିଲେ। ଏପରି ବାରମ୍ବାର ଘଟିବା ପରେ ଶ୍ରେୟା ଯାଇ ତାଙ୍କ ବାପାଙ୍କ ଘରେ ରହୁଥିଲେ। କିଛି ସଂପର୍କୀୟ ମିଶି ବୁଝାସୁଝା କରିବା ପରେ ଶ୍ରେୟା ପୁଣି ଥରେ ତାଙ୍କ ଶଶୁରଘରକୁ ଫେରି ଯାଇଥିଲେ। ମାତ୍ର ଫେରିବାର କିଛି ଦିନ ପରେ ପୁଣି ସେଇ ସମାନ ସମସ୍ୟା ଉପୁଜିବା ପରେ ସେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe