ବିବାହ ପରେ ବିଭିନ୍ନ ଲୋକଙ୍କ ସହ ଫୋନ ଯୋଗେ କଥା ହେଉଥିଲେ ନବବିବାହିତା,ଜାଣିବା ପରେ ଗୁଳି କରି ହତ୍ୟା କଲା ସ୍ୱାମୀ

ବିବାହ ପରେ ବିଭିନ୍ନ ଲୋକଙ୍କ ସହ ଫୋନ ଯୋଗେ କଥା ହେଉଥିଲେ ନବବିବାହିତା,ଜାଣିବା ପରେ ଗୁଳି କରି ହତ୍ୟା କଲା ସ୍ୱାମୀ

Power102fm

ନୂଆଦିଲ୍ଲୀ : ପାକିସ୍ଥାନରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସ୍ତ୍ରୀ ଫୋନ୍‌ରେ ମେସେଜ୍‌ ପଠାଉ ଥିବା ବେଳେ ସ୍ୱାମୀ ତାକୁ ଗୁଳି କରି ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମାମଲାଟି ରାଓ୍ଵଲପିଣ୍ଡିରେ ଘଟିଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଖୋଜିବା ଆରମ୍ଭ କରିଛି ପୁଲିସ । ପ୍ରଥମେ ଏ ନେଇ ମୃତ ମହିଳାଙ୍କ ପରିବାର ପୁଲିସ ଆଗରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

publive-image jansatta.com

ମୃତ ମହିଳାଙ୍କ ବାପା ମହମୁଦ୍‌ ଅଖ୍‌ତର କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ କଓ୍ଵଲ ମହମୁଦ୍‌ଙ୍କୁ ତାଙ୍କ ସ୍ୱାମୀ ମାଲିକ ସୋହେଲ ଗୁଳି କରି ହତ୍ୟା କରିଛନ୍ତି । କଓ୍ଵଲ ନିଜ ଫୋନ ମାଧ୍ୟମରେ କାହାକୁ ମେସେଜ ପଠାଉଥିଲେ । କାହାକୁ ମେସେଜ ପଠାଉଛନ୍ତି ବୋଲି ନ ପଚାରି ମାଲିକ ସୋହେଲ ରାଗରେ ମୋ ଝିଅକୁ ଗୁଳି କରିଥିଲେ । ଅନ୍ୟ ପକ୍ଷରେ ମାଲିକ ସୋହେଲ ମହମୁଦ୍‌ ଅଖ୍‌ତରଙ୍କ ଭଣଜା ହୋଇଥିବା ବେଳେ କଓ୍ଵଲଙ୍କର ସହ ତାଙ୍କର ପ୍ରସ୍ତାବିତ ବିବାହ ହୋଇଥିଲା ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ କଓ୍ଵଲ ବିବାହ ପରେ ବିଭିନ୍ନ ଲୋକଙ୍କ ସହ ଫୋନରେ କଥା ହେଉଥିଲେ ଓ ତାଙ୍କର ଅନ୍ୟ ପୁରୁଷଙ୍କ ସହ ସଂପର୍କ ଥିଲା ବୋଲି ତାଙ୍କ ସ୍ୱାମୀ ସନ୍ଦେହ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe