ସ୍ବାମୀକୁ ହତ୍ୟା କରି ହୃଦଘାତ ହୋଇଥିବା କହିଲା ସ୍ତ୍ରୀ

Advertisment

ଉତ୍ତରପ୍ରଦେଶର ବିଜନୌରରେ ଘଟିଥିବା ଦୀପକ କୁମାର ହତ୍ୟା ମାମଲାରେ ପୁଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପ୍ରଥମେ ଏହାକୁ ହୃଦଘାତ ବୋଲି ଭାବୁଥିବା ପୁଲିସର ଆଖି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଖୋଲିଥିଲା।

ଉତ୍ତରପ୍ରଦେଶର ବିଜନୌରରେ ଘଟିଥିବା ଦୀପକ କୁମାର ହତ୍ୟା ମାମଲାରେ ପୁଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପ୍ରଥମେ ଏହାକୁ ହୃଦଘାତ ବୋଲି ଭାବୁଥିବା ପୁଲିସର ଆଖି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଖୋଲିଥିଲା।

tmnhjnbjyug

ବିଜନୌର: ଉତ୍ତରପ୍ରଦେଶର ବିଜନୌରରେ ଘଟିଥିବା ଦୀପକ କୁମାର ହତ୍ୟା ମାମଲାରେ ପୁଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପ୍ରଥମେ ଏହାକୁ ହୃଦଘାତ ବୋଲି ଭାବୁଥିବା ପୁଲିସର ଆଖି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଖୋଲିଥିଲା। ପୁଲିସର କହିବା ଅନୁଯାୟୀ, ଦୀପକଙ୍କ ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ତାଙ୍କ ସ୍ତ୍ରୀ ଶିବାନୀ। ମୃତ ଦୀପକ, ତାଙ୍କ ସ୍ତ୍ରୀ ଶିବାନୀଙ୍କୁ ସନ୍ଦେହ କରୁଥିଲେ। ଏହାକୁ ନେଇ ପ୍ରତିଦିନ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ଏବଂ ଦୀପକ, ଶିବାନୀଙ୍କୁ ମାଡ଼ ମାରୁଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଶିବାନୀ ତାଙ୍କ ସ୍ୱାମୀ ଦୀପକଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପ୍ରଥମେ ‌ସେ ସ୍ୱାମୀଙ୍କ ଗଳା ଚିପି ହତ୍ୟା କରିବା ପରେ ପରିବାର ଲୋକଙ୍କୁ କହିଥିଲେ ଯେ ଦୀପକଙ୍କ ହୃଦଘାତ ହୋଇଛି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ଅସଲ ମୁଖା ଖୋଲି ଦେଇଥିଲା।

ସୂଚନା ମୁତାବକ, ଦେଢ଼ ବର୍ଷ ତଳେ ଦୁହେଁ ବିବାହ କରିଥିଲେ। ବିବାହ ପରେ ରେଳ କର୍ମଚାରୀ ଥିବା ଦୀପକ, ଶିବାନୀଙ୍କୁ ଗାଁରେ ପରିବାର ସହିତ ଛାଡ଼ି ସହରରେ ରହୁଥିଲେ। ହେଲେ ଶିବାନୀ ସହରକୁ ଯିବାକୁ ଚାହୁଥିଲେ। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ଶିବାନୀଙ୍କୁ ମାଡ଼ ମାରୁଥିଲେ ଦୀପକ। ବାରମ୍ବାର ଏଭଳି ହେବାରୁ ଶିବାନୀ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଏଥିପାଇଁ ଏପ୍ରିଲ ୪ରେ ଖାଇବାରେ ନିଶା ଔଷଧ ଦେବା ସହ ତାଙ୍କ ଗଳା ଚିପି ହତ୍ୟା କରିଥିଲେ ଶିବାନୀ। ପରେ ସେ ଦିଅରଙ୍କୁ ଡାକିବା ସହ ଦୀପକଙ୍କ ହୃଦଘାତ ହୋଇଥିବା କହିଥିଲେ। ତୁରନ୍ତ ଦୀପକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ ଡାକ୍ତର। ମୃତ୍ୟୁ ହୋଇସାରିଥିବା ଜାଣି ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯିବାକୁ କହିଥିଲେ ଶିବାନୀ। ଏହା ଶୁଣି ସନ୍ଦେହ କରିଥିଲେ ଦୀପକଙ୍କ ଭାଇ। ତେଣୁ ସେ ଦୀପକଙ୍କ ବ୍ୟବଚ୍ଛେଦ କରାଇବାକୁ କହିବା ସହ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପୂରା ଘଟଣା ବିଷୟରେ ଜାଣିବା ପରେ ଶିବାନୀଙ୍କୁ କଷ୍ଟଡିକୁ ନେଇ ପଚରାଉଚରା କରିଥିଲା, ଯାହା ପରେ ପୂରା ସତ ସାମ୍ନାକୁ ଆସିଛି।

ଦୀପକଙ୍କୁ ହତ୍ୟା କରିବା ପରେ ସହରରେ ରହି ତାଙ୍କ ଚାକିରି କରିବାକୁ ଯୋଜନା କରିଥିବା ପୁଲିସ୍ ଆଗରେ ସ୍ବୀକାର କରିଛି ଶିବାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe