ଖାଦ୍ୟ ଖାଇବା ପାଇଁ ଅହରହ କାନ୍ଦୁଥିବାରୁ ଦୁଇ ଦିନରେ ୨ପିଲାଙ୍କୁ ହତ୍ୟାକଲା ମା’

Advertisment
ଖାଦ୍ୟ ଖାଇବା ପାଇଁ ଅହରହ କାନ୍ଦୁଥିବାରୁ ଦୁଇ ଦିନରେ ୨ପିଲାଙ୍କୁ ହତ୍ୟାକଲା ମା’

ମୁମ୍ବାଇ: ସମୟର ବଦଳିବା ସହ ବଦଳୁଛି ସମାଜରେ ରହୁଥିବା ମଣିଷର ଚିନ୍ତାଧାରା । ଲୋକଙ୍କ ଭିତରେ ହଜି ଯାଉଛି ମଣିଷପଣିଆ। ନିଜ ସ୍ବାର୍ଥ ପାଇଁ କିଏ ପରିବାରର ପ୍ରିୟଜନଙ୍କୁ ମାରିଲାଣି ତ ଆଉ କିଏ ନିଜ ପିଲାଙ୍କୁ ବି ମାରିବାକୁ ପଛାଉନାହାନ୍ତି । ପୂର୍ବରୁ ପିଲାର କାନ୍ଦ ଶୁଣିଲେ ଜଣେ ମା’ ପିଲାଙ୍କୁ କୋଳେଇ ନେଇ ତାକୁ ଶାନ୍ତ କରୁଥିବା ବେଳେ ଏବେ ତା’ର ବିପରୀତ ଘଟୁଥିବା ଦେଖିବାକୁ ମିଳୁଛି। ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାରେ ଜଣେ ମା’ ନିଜ ପିଲାଙ୍କ କାନ୍ଦ ଶୁଣି ବିରକ୍ତ ହେବା ସହ ସେମାନଙ୍କୁ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତ ମହିଳାଙ୍କ ନାଁ ଧ୍ରୁପଦବାଇ ଗଣପତ ନିମଲୱାଡ ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ଅନୁସାରେ, ମଙ୍ଗଳବାର ଅହରହ କାନ୍ଦୁ ଥିବାରୁ ଧ୍ରୁପଦବାଇ ନିଜ ୪ମାସର ଶିଶୁକନ୍ୟାକୁ ହତ୍ୟା କରିବା ସହ ବୁଧବାର ୨ବର୍ଷର ପୁଅ ଖାଇବା ପାଇଁ କାନ୍ଦିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ଏହା ପରେ ଗୁରୁବାର ଧରାପଡ଼ିଯିବା ଡରରେ ବିଲକୁ ନେଇ ଦୁହିଁଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ। ଏହି କାମ ପାଇଁ ଧ୍ରୁପଦବାଇଙ୍କ ଭାଇ ଓ ମା’ ତାଙ୍କୁ ସାହାଯ୍ୟ କରିଥିଲେ। ଏବେ ପୁଲିସ ଧ୍ରୁପଦବାଇଙ୍କ ସହ ତାଙ୍କ ମା’ ଓ ଭାଇଙ୍କୁ ଗିରଫ କରିଛନ୍ତି। ଏହା ସହ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe