ତଉଲିଆ କିଣିବା ମହଙ୍ଗା ପଡ଼ିଲା, ବୃଦ୍ଧା ହରାଇଲେ ୮ଲକ୍ଷ ଟଙ୍କା

Advertisment
ତଉଲିଆ କିଣିବା ମହଙ୍ଗା ପଡ଼ିଲା, ବୃଦ୍ଧା ହରାଇଲେ ୮ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନିକଟରେ ଜଣେ ବୃଦ୍ଧାଙ୍କୁ ତଉଲିଆ କିଣିବା ମହଙ୍ଗା ପଡ଼ିଛି। ମୁମ୍ବାଇରେ ବସବାସ କରୁଥିବା ବୃଦ୍ଧା ଅନଲାଇନରେ ତଉଲିଆ ମଗାଉଥିବା ବେଳେ ଠକେଇର ଶିକାର ହୋଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ୭୦ବର୍ଷର ବୃଦ୍ଧା ଅନଲାଇନରେ ୬ଟି ତଉଲିଆ ମଗାଇଥିଲେ। ଯାହାର ମୂଲ୍ୟ ଥିଲା ୧୧୬୦ଟଙ୍କା । କିନ୍ତୁ ମହିଳାଙ୍କ ଆକାଉଣ୍ଟରୁ ୧୯,୦୦୫ଟଙ୍କା କଟି ଯାଇଥିଲା। ଏତେଗୁଡାଏ ଟଙ୍କା ଭୁଲରେ କଟି ଯାଇଥିବାରୁ ସେ ଅନଲାଇନରେ ବ୍ୟାଙ୍କ ହେଲପଲାଇନ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବ୍ୟାଙ୍କ ହେଲପଲାଇନ ସହିତ ତାଙ୍କର କୌଣସି ଯୋଗାଯୋଗ ହୋଇପାରି ନଥିଲା।

କିଛି ସମୟ ପରେ ବୃଦ୍ଧା ମହିଳାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ସେପଟୁ ମହିଳାଙ୍କୁ କୁହାଯାଇଥିଲା କି ବ୍ୟାଙ୍କରୁ କଲ ଆସିଛି। ଏହାପ‌ରେ ମହିଳା ତାଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ। ସଙ୍ଗେସଙ୍ଗେ ରିଫଣ୍ଡ ଆପ ଡାଉନଲୋଡ ପାଇଁ ଅଜଣା ନମ୍ବରରୁ ଆସିଥିବା କଲରେ ବୃଦ୍ଧାଙ୍କୁ କୁହାଯାଇଥିଲା।

ଏହାପରେ ବୃଦ୍ଧାଙ୍କୁ ଯେମିତି କୁହାଯାଇଥିଲା ସେ ଗୋଟିଏ ପ‌ରେ ଗୋଟିଏ ଷ୍ଟେପ ଫଲୋ କରି ଚାଲିଥିଲେ। ଶେଷରେ ଦେଖିଲାବେଳକୁ ତାଙ୍କ ଆକଉଣ୍ଟରୁ ଲକ୍ଷେ ଟଙ୍କା କଟି ସାରିଥିଲା। ବୃଦ୍ଧା ଏନେଇ ପୁଲିସରେ ଅଭିଯୋଗ ପାଇଁ ଯାଇଥିଲେ। ସେତେବେଳକୁ ତାଙ୍କ ଆକଉଣ୍ଟରୁ ଆହୁରି ୮.୩ଲକ୍ଷ ଟଙ୍କା କଟି ସାରିଥିଲା।

ପୁଲିସ ବୃଦ୍ଧାଙ୍କ ଅଭିଯୋଗ କ୍ରମ‌େ ତଦନ୍ତ ଆରମ୍ଭ କରିଥିଲା। ଏହି ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା କି ବୃଦ୍ଧାଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କ ଆକଉଣ୍ଟକୁ ଯାଇଛି। ଏହାପରେ ପୁଲିସ ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତକୁ କଡ଼ାକଡ଼ି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe