ସେକ୍ସ ଆଳରେ ଖଟରେ ବାନ୍ଧିି ପ୍ରେମିକକୁ ଜିଅନ୍ତା ଜାଳିଦେଲା ପ୍ରେମିକା

Advertisment
ସେକ୍ସ ଆଳରେ ଖଟରେ ବାନ୍ଧିି ପ୍ରେମିକକୁ ଜିଅନ୍ତା ଜାଳିଦେଲା ପ୍ରେମିକା

ବିଜୟଓ୍ଵାଡ଼ା: ବନ୍ଧନ ସେକ୍ସ ଆଳରେ ଜଣେ ପ୍ରେମିକା ତାଙ୍କ ପ୍ରେମିକ ତଥା ବ୍ୟବସାୟ ପାର୍ଟନରଙ୍କୁ ଏକ ଖଟରେ ବାନ୍ଧି ଜିଅନ୍ତା ଜାଳି ମାରି ଦେଇଛନ୍ତି। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଚୌତାପଲ୍ଲୀ ଗାଁରେ। ପ୍ରେମିକଙ୍କୁ ଏପରି ନୃସଂଶଭାବେ ହତ୍ୟା କରିବା ପରେ ପ୍ରେମିକାଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।

publive-image

ପୁଲିସ ସୂତ୍ରରୁ ପ୍ରକାଶ ଯେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ପୋଦିଲି ଗାଁର ସେକ୍‌ ସବୀର(୩୨ ବର୍ଷ)ଙ୍କର ସେହି ଗାଁର ସକିରା(୨୮ ବର୍ଷ)ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତବେ ଉଭୟ ଅନ୍ୟତ୍ର ବିବାହ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପୂର୍ବପରି ଥିଲା। ତେବେ ଏହି ସମ୍ପର୍କରୁ ବଜ୍ର ରଖିବା ପାଇଁ ଉଭୟ କିଛିଦିନ ପରେ ମିଳିତ ଭାବେ ଏକ କୁକଡ଼ା ଫାର୍ମ କରିଥିଲେ। ବ୍ୟବସାୟ ଠିକ୍‌ ଚାଲିଥିଲା, ତା ସହିତ ସେମାନଙ୍କ ପରକୀୟା ପ୍ରୀତି ମଧ୍ୟ। ଉଭୟ ସେହି କୁକୁଡ଼ା ଫାର୍ମରେ ମିଳିତ ହେବା ସହିତ ଶରୀରିକ ସମ୍ପର୍କ ରଖୁଥିଲେ। ମାତ୍ର ଗତ ୮ ମାସ ହେବ ଟଙ୍କା ପଇସା ନେଣଦେଣକୁ ନେଇ ଉଭୟ ସବୀର ଓ ସକିରାଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ତେଣୁ ସବୀରଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ସକିରା ଷଡଯନ୍ତ୍ର କରଥିଲା। ଯୌନ ସମ୍ପର୍କ ରଖିବାର ଲୋଭ ଦେଖାଇ ସକିରା ଗତ ଶନିବାର ରାତିରେ କୁକୁଡ଼ା ଫାର୍ମକୁ ଆସିବା ପାଇଁ ସାବୀରକୁ ଡାକିଥିଲେ।ମାତ୍ର ସକିରା ତାଙ୍କ ଯୋଜନାକୁ ସଫଳ କରିବା ପାଇଁ ସାଙ୍ଗରେ ପେଟ୍ରୋଲ ନେଇ ଯାଇଥିଲେ। ସବୀର ପହଞ୍ଚିବା ପରେ ତାଙ୍କ ସହିତ ବଣ୍ଡେଜ୍‌ ସେକ୍ସ କରିବା ପାଇଁ କହି ସକିରା କକୁଡ଼ା ଫାର୍ମରେ ଥିବା ଏକ ଲୁହା ଖଟରେ ସବୀରଙ୍କ ହାତଗୋଡ଼କୁ ଷ୍ଟିଲ ଚେନ୍‌ରେ ବାନ୍ଧିି ଦେଇଥିଲେ। ମାତ୍ର ଯୌନ ଆକର୍ଷଣରେ ସମ୍ପୂର୍ଣ୍ଣ ଅନ୍ଧ ସାବୀର ସକିରାଙ୍କ ଷଡଯନ୍ତ୍ରକୁ ବୁଝି ପାରି ନ ଥିଲେ। ସାବୀରଙ୍କୁ ଲୁହା ଖଟରେ ସମ୍ପୂର୍ଣ୍ଣ ବାନ୍ଧିି ସାରିବା ପରେ ହଠାତ ପେଟ୍ରୋଲ ଢ଼ାଳି ସାବୀରଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ସାବୀର ଜିଅନ୍ତା ଜଳିଯିବା ପରେ ସକିରା ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ସକାଳେ ଏ ନେଇ କେତେକ ଲୋକ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରିଥିଲା। ପରେ ସକିରା ଥାନାରେ ପହଞ୍ଚି ସବୀରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ବୋଲି ତଦନ୍ତକାରୀ ଇନସ୍‌ପେକ୍ଟର ଏମ ଶ୍ରୀନିବାସରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe