ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ମଦ ପିଆଇ ଛାତ ଉପରୁ ତଳକୁ ଫୋପାଡ଼ି ହତ୍ୟା କଲା ସ୍ତ୍ରୀ

ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ମଦ ପିଆଇ ଛାତ ଉପରୁ ତଳକୁ ଫୋପାଡ଼ି ହତ୍ୟା କଲା ସ୍ତ୍ରୀ

(Photo Credits: Pixabay)

ନୂଆଦିଲ୍ଳୀ: ପରକୀୟା ପ୍ରୀତିକୁ ନେଇ ରାଜଧାନୀ ଦିଲ୍ଲୀଠରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ନିଜ ରାସ୍ତା ସଫା କରିବାକୁ ଯାଇ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କ ହତ୍ୟା କରିଥିବା ଜାଣିବାକୁ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ କିଛି ବର୍ଷ ପୂର୍ବରୁ ଅଭିଯୁକ୍ତା ଅନିତା ନିଜ ସ୍ୱାମୀ ଦୟା ରାମଙ୍କ ସହ ରାଜେନ୍ଦ୍ର ନଗରରେ ରହୁଥିଲେ। ଦୟା ରାମ କାମକୁ ଯିବା ପରେ ଅନିତା ଘରେ ଏକାକିନୀ ରହୁଥିଲେ। ଦିନେ ତାଙ୍କର ତାଙ୍କ ପଡ଼ୋଶୀ ଅର୍ଜୁନଙ୍କ ସହ ଦେଖା ହେଲା। ପ୍ରଥମ ଦେଖାରେ ହିଁ ତାଙ୍କର ଅର୍ଜୁନଙ୍କ ପ୍ରତି ପ୍ରେମ ହୋଇଗଲା।

ଅନିତାଙ୍କ ସ୍ୱାମୀ ଘରୁ ବାହାରି ଯିବା ପରେ ଅର୍ଜୁନ ତାଙ୍କ ଘରକୁ ଆସୁଥିଲେ। ଚଳିତବର୍ଷ ଆରମ୍ଭରୁ ଅର୍ଜୁନ ଓ ଅନିତା ପରସ୍ପରଙ୍କ ସହ ରହିବା ପାଇଁ ନିଷ୍ପତ୍ତି ନେଲେ। ଅନିତାଙ୍କ ସ୍ୱାମୀ ଧୀରେ ଧୀରେ ତାଙ୍କ ପତ୍ନୀଙ୍କ ପରକିୟା ପ୍ରୀତିକୁ ନେଇ ସନ୍ଦେହ କରିବା ଆରମ୍ଭ କଲେ। ଯେତେବେଳେ ସେ ଅନିତାଙ୍କୁ ତାଙ୍କ ଘରେ ଅର୍ଜୁନଙ୍କ ସହ ଏକତ୍ର ଦେଖିରେ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଗଲା।

publive-image john p birchall

ଦୟା ରାମ ସତ ଜାଣିବା ପରେ ବି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁ ନଥିଲେ। ସେହି କାରଣରୁ ନିଜ ରାସ୍ତାରୁ ହଟାଇବା ପାଇଁ ଅନିତା ତାଙ୍କ ପ୍ରେମିକ ଅର୍ଜୁନଙ୍କ ସହ ମିଶି ଦୟା ରାମଙ୍କର ହତ୍ୟା କରିଛନ୍ତି। ତେବେ, ସେ ନିଜ ସ୍ୱାମୀଙ୍କୁ ୧୨ ପେଗ୍‌ ମଦ ପିଆଇବା ପରେ ଘର ଛାତ ଉପରୁ ତଳକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୟା ରାମ ଓ ଅନିତାଙ୍କର ୨ ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe