Advertisment

ସ୍ବାମୀଙ୍କୁ ଭେଟି ଘରକୁ ଫେରୁଥିବା ବେଳେ ଅସଦାଚରଣର ଶିକାର ହେଲେ ପାଇଲଟ

Advertisment
af24a7f4-a638-4810-bc60-dfe950bd6b60

ମୁମ୍ବାଇ: ମୁମ୍ବାଇରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାବରେ ଯାତ୍ରା କରୁଥିବା ସମୟରେ ଜଣେ  ମହିଳା ପାଇଲଟଙ୍କୁ ଅସଦାଚରଣ କରାଯାଇଥିବା‌ ଘଟଣା ସାମ୍ନାାକୁ ଆସିଛି। ଏହି ଘଟଣାରେ ସାମିଲ ଥିବା ଉବେର କ୍ୟାବ ଚାଳକଙ୍କ ସମେତ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। 

ସୂଚନାଯୋଗ୍ୟ, ଗତଗୁରୁବାର ରାତିରେ ମହିଳା ପାଇଲଟ ଜଣକ ତାଙ୍କ ସ୍ୱାମୀଙ୍କୁ ଭେଟିବା ପରେ ରାତି ପ୍ରାୟ ୧୧:୧୫ ସମୟରେ ଫୋର୍ଟରୁ ଉବର କ୍ୟାବରେ ଚଢ଼ିଥିଲେ। ମହିଳାଙ୍କ ସ୍ବାମୀ ନୌସେନାର  ଅଧିକାରୀ ଅଛନ୍ତି। 
କ୍ୟାବଟି କିଛିବାଟ ଯିବା ପରେ ଚାଳକ ଅନ୍ୟ ଏକ ରାସ୍ତାରେ ଗାଡ଼ିକୁ ନେଇ ଏକ ନିଛାଟିଆ ରାସ୍ତାରେ ଅଟକି ଥିଲେ। ସେଠାରୁ ଦୁଇଜଣ ଅଜଣା ପୁରୁଷ କ୍ୟାବରେ ବସିଥିଲେ। ଏହି ପୁରୁଷମାନଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟ ବସିଥିବା ପଛ ସିଟିରେ ବସି ଅସଦାଚରଣ କରିବା ଆରମ୍ଭ କରିଥିଲେ।  

ଘଟଣା ସମୟରେ କ୍ୟାବ୍ ଚାଳକ ବିରୋଧ କରି ନଥିଲେ କିମ୍ବା ଦୁଇ ଅଜଣା ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ପ୍ରାୟ ୨୫ ମିନିଟ୍ ଧରି ଏସବୁ ଘଟିଥିଲା। କିଛି ସମୟ ପରେ, କ୍ୟାବ୍ ଏକ ପୁଲିସ ଚେକ୍ ପୋଷ୍ଟ ଅତିକ୍ରମ କରିଥିଲା। ଏହି ସମୟରେ ଉଭୟ ଅଭିଯୁକ୍ତ କ୍ୟାବରୁ ଓହ୍ଲାଇ ଚାଲି ଯାଇଥିଲେ। ଏହାପରେ ଚାଳକ କିଛି ନକହି ଚୁପଚାପ୍ ମହିଳାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ।

ପରଦିନ ସକାଳେ, ପୀଡିତା ତାଙ୍କ ସ୍ୱାମୀଙ୍କୁ ସମଗ୍ର ଘଟଣା ବିଷୟରେ ଜଣାଇଥିଲେ। ଯାହାପରେ ଦମ୍ପତି ଘାଟକୋପର ପୁଲିସ  ଷ୍ଟେସନରେ ଅଭିଯୋଗ କରିଥିଲେ।

ମାମଲାକୁ ଗମ୍ଭୀରତା ସହ ନେଇ ପୁଲିସ ଉବେର କ୍ୟାବ୍ ଡ୍ରାଇଭରଙ୍କୁ ହେପାଜତକୁ ନେଇଛି। ଦୁଇ ଅଜଣା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ଦଳ ଗଠନ କରିଛି ପୁଲିସ।  ସିସିଟିଭି ଫୁଟେଜ୍ ଏବଂ କଲ୍ ଡିଟେଲ୍ସ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି।

ଏପର୍ଯ୍ୟନ୍ତ ଉବେର ପକ୍ଷରୁ କୌଣସି ଅଧିକାରିକ ବିବୃତ୍ତି ଆସିନାହିଁ, କିନ୍ତୁ ସାଧାରଣତଃ ଏପରି କ୍ଷେତ୍ରରେ କମ୍ପାନି ଡ୍ରାଇଭରଙ୍କୁ ପ୍ଲାଟଫର୍ମରୁ ନିଷେଧ କରିଥାଏ ଏବଂ ପୁଲିସ ତଦନ୍ତରେ ସହଯୋଗ କରିବାକୁ ଚାପ ପକାଇଥାଏ।

ଆପ୍-ଆଧାରିତ କ୍ୟାବ୍ ସେବାଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଡ୍ରାଇଭର କିପରି ରୁଟ୍ ପରିବର୍ତ୍ତନ କରି କ୍ୟାବରେ ଦୁଇଜଣ ଅଜଣା ଲୋକଙ୍କୁ ବସାଇପାରିଲେ?  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପ୍ କମ୍ପାନିଗୁଡ଼ିକ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe