କନଷ୍ଟେବଳ ଭଉଣୀ ପ୍ରେମ ବିବାହ କରିଥିବାରୁ ହାଣି ଦେଲା ଭାଇ

ଅନ୍ୟ ଜାତିରେ ବିବାହ କରିବା କାରଣରୁ ଭଉଣୀକୁ ଭାଇ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଘଟଣାସ୍ଥଳରୁ ମାରିଲା ଚମ୍ପଟ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

୦୯୯୮୦୯୦-

ନୂଆଦିଲ୍ଲୀ:  ତେଲାଙ୍ଗାନାର ରେଙ୍ଗା ରେଡ୍ଡି ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ଜାତିରେ ବିବାହ କରିବା କାରଣରୁ ଭଉଣୀକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ନାଗମଣି ଓ ହତ୍ୟାକାରୀ ଭାଇର ନାମ ପରମେଶ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ହାୟାତନଗର ପୁଲିସ ଷ୍ଟେସନରେ ନାଗମଣି କନଷ୍ଟେବଳ ଭାବେ କାମ କରୁଥିଲେ। ସେ ଶ୍ରୀକାନ୍ତ ନାମକ ଜଣେ ଯୁବକଙ୍କୁ ଅନେକ ଦିନରୁ ଭଲ ପାଇ ଆସୁଥିଲେ। ଘରେ ଶ୍ରୀକାନ୍ତଙ୍କୁ ବିବାହ କରିବେ ବୋଲି ନାଗମଣି ପ୍ରସ୍ତାବ ବି ଦେଇଥିଲେ କିନ୍ତୁ ପରିବାର ଲୋକ ଝିଅ ପ୍ରସ୍ତାବରେ ରାଜି ହୋଇ ନଥିଲେ। କାରଣ ନାଗମଣି ଭଲ ପାଉଥିବା ଯୁବକ ଶ୍ରୀକାନ୍ତ ଭିନ୍ନ ଜାତିର ଥିଲେ।

ଏହାପରେ ନାଗମଣି ନିଜ ଇଚ୍ଛାରେ ପ୍ରେମିକ ଶ୍ରୀକାନ୍ତଙ୍କୁ ଦୁଇ ସପ୍ତାହ ପୂର୍ବେ ମନ୍ଦିରରେ ବିବାହ କରିଥିଲେ। ଏହି ଘଟଣାକୁ ନେଇ ନାଗମଣିଙ୍କ ଭାଇ ପରମେଶ ରାଗି ଯାଇଥିଲା।

ନିଜ ରାଗର ପ୍ରତିଶୋଧ ନେବା ପାଇଁ ଭଉଣୀ ନାଗମଣି ସ୍କୁଟି ନେଇ ରାଇପୋଲରୁ ମନ୍ନୀଗୁଡ଼ା ଯାଉଥିବା ବେଳେ ଭାଇ ପରବେଶ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଛି।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାଗମଣିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟାକାରୀ ଭାଇ ପରମେଶକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe