ସମୟରେ ପହଞ୍ଚି ନପାରିବାରୁ ଉଡ଼ିଗଲା ବିମାନକୁ ଦେଖି ସହଯାତ୍ରୀଙ୍କ ଉପରେ ଜିନିଷ ଫିଙ୍ଗିଲେ ମହିଳା

Advertisment
ସମୟରେ ପହଞ୍ଚି ନପାରିବାରୁ ଉଡ଼ିଗଲା ବିମାନକୁ ଦେଖି ସହଯାତ୍ରୀଙ୍କ ଉପରେ ଜିନିଷ ଫିଙ୍ଗିଲେ ମହିଳା

ନୂଆଦିଲ୍ଲୀ: ମେକ୍ସିକୋର ଏକ ବିମାନବନ୍ଦରରେ ଏମିରେଟ୍ସ ଏୟାରଲାଇନ୍ସର ଚେକଇନ୍ କର୍ମଚାରୀଙ୍କ ଉପରେ ଜଣେ ମହିଳା ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନଭେମ୍ବର ୨ରେ କଏଦ ହୋଇଥିବା କ୍ଲିପରେ ଦେଖିବାକୁ ମିଳୁଛି, ଜଣେ ମହିଳା ଜୋରଜୋର କରି ପାଟି କରୁଛନ୍ତି। ଆଉ ସାଥୀ ଯାତ୍ରୀମାନଙ୍କ ଉପରେ ସୁଟକେସ୍ ଫିଙ୍ଗିବା ସହିତ ଚେକଇନ ଡେସ୍କକୁ ଭାଙ୍ଗୁଥିବା ଦେଖିବାକୁ ମିଳୁଛି।
କୁହାଯାଉଛି କି, ମହିଳା ଜଣକ ଯେଉଁ ବିମାନରେ ଯିବା କଥା ସେହି ବିମାନଟି ସେ ପହଞ୍ଚିବା ପୂର୍ବରୁ ଯାତ୍ରା ଆରମ୍ଭ କରି ଦେଇଥିଲା। ଏହି କାରଣରୁ ସେ ରାଗି ଯାଇ ବିମାନବନ୍ଦରରେ ହଙ୍ଗମା କରିବା ଆରମ୍ଭ କରି ଦେଇଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଗତ କିଛି ମାସ ତଳେ ଅର୍ଥାତ ଅକ୍ଟୋବର ମାସରେ, ଜଣେ ଆମେରିକୀୟ ମହିଳା କ୍ୟାବିନ କ୍ରୁଙ୍କ ଉପରେ ପାଟି କରି ସାଥୀ ଯାତ୍ରୀମାନଙ୍କ ଉପରେ ପାଣି ବୋତଲ ଫିଙ୍ଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେହିପରି ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତା ଅଭିମୁଖେ  ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସର ବିମାନକୁ ଜଣେ ମଦ୍ୟପ ଯାତ୍ରୀଙ୍କ ହଙ୍ଗାମା ହେତୁ ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe