ଖେଳ ହେଲା କାଳ : ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ ମହିଳା

Advertisment
ଖେଳ ହେଲା କାଳ : ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ ମହିଳା

khabar.ndtv.

ନୂଆଦିଲ୍ଲୀ : ଅଘଟଣ କେବେ କାହାକୁ ପଚାରିି ଆସେ ନାହିଁ ତାହା ହଠାତ୍‌ ଘଟିଥାଏ। ତେବେ ବର୍ତ୍ତମାନ ପୋଲାଣ୍ଡର ରାଜରାସ୍ତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟକର ଘଟଣାର ଭିଡିିଓ ସମ୍ନାକୁ ଆସିଛି। ଏହି ଭିଡ଼ିଓରେ ଦୁଇ ମହିଳା ରାସ୍ତାରେ ଯାଉଥିବା ସମୟରେ ଜଣେ ମହିଳା ଥଟ୍ଟା କରିବା ପାଇଁ ତାଙ୍କ ବନ୍ଧୁଙ୍କୁ ଧକ୍କା ମାରିଥିଲେ । ଯାହା ଫଳରେ ତାଙ୍କ ବନ୍ଧୁ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଥିଲେ। ଆସନ୍ତୁ ଦେଖିବା ପ୍ରକୃତରେ କ’ଣ ଘଟିଛି ସେହି ଭିଡ଼ିଓରେ ଯାହା ଫଳରେ ତାହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଉଛି।

ପୋଲାଣ୍ଡର ଜିସେ ପୁଲିସ ଟାଉନ ଅଞ୍ଚଳରେ ୧୨ ଏପ୍ରିଲରେ ଘଟିଥିବା ଏକ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲିଛି। ଏହି ଭଡ଼ିଓରେ ଦୁଇ ମହିଳା ରାସ୍ତାରେ ଯାଉଥିବା ସମୟରେ ଜଣଙ୍କୁ ତାଙ୍କ ବନ୍ଧ ଥଟ୍ଟାରେ ଧକ୍କା ମାରିଥିଲେ । ଏହା ପରେ ମହିଳା ଜଣଙ୍କ ରାସ୍ତାରେ ଯାଉଥିବା ଏକ ଗାଡ଼ିର ଚକା ପାଖରେ ପଡ଼ିଥିଲେ । ତେବେ ମହିଳା ଜଣକ ହଠାତ୍‌ ଉଠି ପଡ଼ିବା ସହ ତାଙ୍କର ବିଶେଷ କ୍ଷତି ଘଟିନଥିଲା। ଏହି ଭିଡ଼ିଓଟିକୁ ନିକଟରେ ଜିସେ ପୁଲିସ ତାର େଓ୍ଵବସାଇଟରେ ପୋଷ୍ଟ କରିଥିଲା । ଯାହା ପରେ ଏହା ଭାଇରାଲ ହେବା ସହ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe