୪୦ ହଜାର ଟଙ୍କାର ମେକଅପ ପରେ ଚମ୍ପଟ ମାରିଲା ନବବଧୂ

Advertisment
୪୦ ହଜାର ଟଙ୍କାର ମେକଅପ ପରେ ଚମ୍ପଟ ମାରିଲା ନବବଧୂ

ନୂଆଦିଲ୍ଲୀ: ୪୦ହଜାର ଟଙ୍କାରୁ ଅଧିକ ମେକ-ଅପ କରିବା ପରେ ଜଣେ ନବବଧୂ ବିୟୁଟି ପାର୍ଲରରୁ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି କି ଚମ୍ପଟ ମାରିଥିବା ନବବଧୂଙ୍କ ଦୁଇ ସପ୍ତାହ ପରେ ବିବାହ ହେବାର ଥିଲା। ତେଣୁ ସେ ପାର୍ଲରକୁ ଯାଇ ସଜେଇ ହେବା ଆରମ୍ଭ କରି ଦେଇଥିଲେ। ଏହି ଘଟଣା ବ୍ରିଟେନର ୟାର୍କ ସହରରେ ଘଟିଛି।

ବିୟୁଟି ପାର୍ଲର ମାଲିକାଣୀ ସାଲୋର୍ଟ ବ୍ରିଜେସ କହିଛନ୍ତି, ସେପ୍ଟେମ୍ବର ୨୮ ତାରିଖରେ ଜଣେ ଯୁବତୀ କଲ କରି ଜରୁରୀକାଳିନ ଆପଏଣ୍ଟମେଣ୍ଟ ବୁକ କରିଥିଲେ। ସେଥିପାଇଁ ସେ କିଛି ବିୟୁଟି ଟିଟମେଣ୍ଟ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଯେମିତି କି ଲିପ ଫିଲର ଆଦି। ଏହାପରେ ତାଙ୍କର ଟିଟମେଣ୍ଟ ଆରମ୍ଭ ହୋଇଥିଲା। ଯାହାକି ପାଖାପାଖି ୨ଘଣ୍ଟା ଧରି ଚାଲିଥିଲା। ଚିକିତ୍ସା ପୂର୍ବରୁ ମୁଁ ଯୁବତୀଙ୍କ କିଛି ଫଟୋ ଉଠାଇଥିଲି। ଏହି ଫଟୋ ଏଥିପାଇଁ ଉଠାଇଥିଲି କି, ମୋର ଗ୍ରାହକ ଚିକିତ୍ସା ପରେ କେମିତି ଦେଖା ଯାଉଛନ୍ତି ତାହା ଜ‌ାଣିବାକୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଚିକିତ୍ସା ପରେ ଗ୍ରାହକ ସେଠାରୁ ଫେରାର ହୋଇଯାଇଥିଲେ। ବିୟୁଟି ପାର୍ଲର ମାଲିକାଣୀଙ୍କୁ ଟଙ୍କାଟିଏ ବି ଦେଇ ନଥିଲେ। ସେ ସାଙ୍ଗରେ ଆଉ ଜଣେ ଯୁବତୀଙ୍କୁ ବି ଆଣିଥିଲେ ଯାହାକୁ ସେ ନିଜ ଭଉଣୀ ବୋଲି ଚିହ୍ନା ଦେଇଥିଲେ। ଦୁଇ ଭଉଣୀଙ୍କ ବିୟୁଟି ପାର୍ଲର ବିଲ ୪୨,୫୭୦ଟଙ୍କା ହୋଇଥିଲା।

ତେବେ ଚିକିତ୍ସା ପରେ ଦୁହେଁ କାରରୁ ଟଙ୍କା ବ୍ୟାଗ ଆଣିବାକୁ କହି ଯାଇଥିଲେ, କିନ୍ତୁ ସେଠାରୁ ଦୁହେଁ ଚମ୍ପଟ ମାରି ଚାଲି ଯାଇଥିଲେ। ଗ୍ରାହକ ଏମିତି କରିବେ ବୋଲି ମୁଁ କେବେ ଭାବି ନଥିଲି। ଏନେଇ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe