କଙ୍ଗୋ ବିଦ୍ରେହୀଙ୍କ ବର୍ବୋରଚିତ ଭିଡିଓ: ସର୍ବସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ ପରେ ମୁଣ୍ଡକାଟ

Advertisment
କଙ୍ଗୋ ବିଦ୍ରେହୀଙ୍କ ବର୍ବୋରଚିତ ଭିଡିଓ: ସର୍ବସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ ପରେ ମୁଣ୍ଡକାଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜାରି ହୋଇଥିବା କଙ୍ଗୋର ଏକ ହୃଦୟ ବିଦାରକ ଦୃଶ୍ୟକୁ ନେଇ ସମଗ୍ର ମାନବଜାତି ସ୍ତବ୍ଧ। ଏହି ଭିଡିଓରେ କଙ୍ଗୋର ବିଦ୍ରୋହୀମାନେ ଜଣେ ମହିଳାଙ୍କୁ ଉଲଗ୍ନ କରି ପିଟିପିଟି ଘୋଷରି ଘୋଷାରି ଏକ ଛକକୁ ନେବା, ସେଠାରେ ସର୍ବସମ୍ମୁଖରେ ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ମୁଣ୍ଡକାଟ କରାଯିବାର ଦୃଶ୍ୟ ନିଶ୍ଚିତଭାବେ ସାଧାରଣ ଲୋକଙ୍କ ହୃଦୟକୁ ବିଚଳିତ କରି ପକାଇବ। କେବଳ ସେତିକି ନୁହେଁ, ଯେତେବେଳେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିଲା ଓ ତାଙ୍କ ମୁଣ୍ଡକାଟ କରାଯାଉଥିଲା, ସେଠାରେ ଉପସ୍ଥିତ ନାରୀ ପୁରୁଷ ତାଳିମାରି ଏହି ଘୃଣ୍ୟ ଦୃଶ୍ୟକୁ ଉପଭୋଗ କରୁଥିବା ଏହି ଭିଡିିଓରେ ରହିଛି।

ଦୁଷ୍କର୍ମ ଓ ମୁଣ୍ଡକାଟ ହୋଇଥିବା ମହିଳା ଜଣକ ହେଉଛନ୍ତି ଏକ ରେସ୍ତାରାଁର ମାଲିକାଣୀ। ତାଙ୍କ ନାମରେ ଅଭିଯୋଗ ହୋଇଥିଲା ଯେ ସେ ତାଙ୍କ ରେସ୍ତାରାଁରେ ଏକ ପ୍ରତିବନ୍ଧିିତ ରୋଷେଇ କରି କଙ୍ଗୋ ବିଦ୍ରୋହୀମାନଙ୍କୁ ଖାଇବାକୁ ଦେଇଥିଲେ। ଏହି ଅପରାଧରେ କଙ୍ଗୋ ବିଦ୍ରୋହୀମାନେ ଏପରି ବର୍ବରୋଚିତ କାଣ୍ଡ ଘଟାଇଥିଲେ। ଏପରି ଏକ ଜଘନ୍ୟ ଓ ଘୃଣ୍ୟ କାଣ୍ଡକୁ ଗଣମାଧ୍ୟମ ଓ ସମଗ୍ର ବିଶ୍ୱର ମାନବାଧିକାର କର୍ମୀମାନେ ଦୃଢ଼ କଣ୍ଠରେ ନିନ୍ଦା କରିଛନ୍ତି।

ମାର୍ଚ୍ଚ ୩୧ ତାରିଖ ଦିନ କଙ୍ଗୋର କମୁୟାଁ ସ୍ନାପୁ ଆନ୍ଦୋଳନର ବିଦ୍ରୋହୀମାନେ କଙ୍ଗୋର ଉଏବୋ ସହରକୁ କବ୍‌ଜା କରି ନେଇଥିଲେ।ସେମାନେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ସହରକୁ ନିଜ କବ୍‌ଜାରେ ରଖିଥିଲେ। ଶେଷରେ କଙ୍ଗୋ ସେନା ସେମାନଙ୍କୁ ସହରରୁ ବିତାଡିତ କରି ସହରକୁ ମୁକ୍ତ କରିଥିଲେ। ଯେଉଁ ସମୟରେ ବିଦ୍ରେହୀମାନେ ଉଏବୋ ସହରକୁ ନିଜ କବ୍‌ଜାରେ ରହିଥିଲେ ସେହି ସମୟରେ ଏହି ନାରକୀୟ ଘଟଣା ଘଟାଇଥିଲେ।

ଘଟଣା ହେଉଛି ୨୦୧୭ ମସିହା ଏପ୍ରିଲ ୧୮ ତାରିଖର। ଏହି ସମୟରେ ବିଦ୍ରୋହୀମାନେ ଏକ ରେସ୍ତାରାଁରେ ଖାଇବାକୁ ଯାଇଥିଲେ। ରୋସ୍ତାରାଁର ମାଲିକାଣୀ ବିଦ୍ରୋହୀମାନଙ୍କୁ ଯେଉଁ ଖାଦ୍ୟ ପରଷି ଥିଲେ ତାକୁ ନେଇ ବିଦ୍ରୋହୀମାନେ ଆପତ୍ତି କରିଥିଲେ। ବିଦ୍ରୋହୀମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ରେସ୍ତାଁରାର ମାଲିକାଣୀ ଯେଉଁ ବିନ୍ସ ଖାଇବାକୁ ଦେଇଥିଲେ ସେଥିରେ ଏକ ସ୍ଥାନୀୟ ମାଛ ମିଶିଥିଲା। ଯଦ୍ୱାରା ବିଦ୍ରୋହୀମାନଙ୍କ ସୁରକ୍ଷା କବଚ ଭଙ୍ଗ ହୋଇଥିଲା ବୋଲି ସେମାନଙ୍କ ମନରେ ବିଶ୍ୱାସ ଜନ୍ମିଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ବିଦ୍ରୋହୀମାନେ ତାଙ୍କୁ ବ୍ୟଭିଚାର କରିବା ସହିତ ମୃତ୍ୟୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ।

ହ୍ଵ୍ଵାଟ୍ସଆପ୍‌ରେ ସର୍କ୍ୟୁଲେଟ୍‌ ହୋଇଥିବା ଏହି ଭିଡିଓରେ ବିଦ୍ରୋହୀମାନେ ମହିଳାଙ୍କୁ ଉଲଗ୍ନ କରି ଲୁଏବୋ ସହରର ମୁଖ୍ୟ ଛକକୁ ଟାଣି ଟାଣି ଆଣିଥିଲେ। ବାଟ ସାରା ତାଙ୍କୁ ପିଙ୍କ୍‌ ଟି-ସାର୍ଟ ପରିହିତା ଜଣେ ବିଦ୍ରୋହୀ ମହିଳା ନିର୍ଧୁମ ପିଟୁଥିବା ଦେଖିବାକୁ ମିଳିଛି। ଛକ ଉପରେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ସ୍ତ୍ରୀ ( ସଉତୁଣୀ)ଙ୍କ ୨୦ ବର୍ଷର ପୁଅ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ଏହି ଭିଡିଓରେ ଦେଖାଯାଉଛି ଯେ ଉଲଗ୍ନ ମହିଳାଙ୍କ ଚୁଟି ଧରିଥିବା ବିଦ୍ରୋହୀ ଜଣକ ବଡ଼ ପାଟିରେ ଚିତ୍କାର କରୁଥିଲା ଯେ ଏପରି ରାଜଦ୍ରୋହ କରିଥିବା ମହିଳାଙ୍କୁ ନିଶ୍ଚିତ ମୃତ୍ୟୁ ଦଣ୍ଡ ଦିଆଯିବା ଉଚିତ। ଏହା ପରେ ବ୍ୟକ୍ତିଜଣକ ମହିଳା ଓ ତାଙ୍କ ସଉତୁଣୀଙ୍କ ପୁଅର ମୁଣ୍ଡକୁ ଏକ କୁରାଢ଼ିରେ ହାଣି ହତ୍ୟା କରିଥିଲେ। ଏପରିକି କେତେକ ବିଦ୍ରୋହୀ ମହିଳାଙ୍କ ରକ୍ତ ପାନ ମଧ୍ୟ କରିଥିବା ପ୍ରତ୍ୟେକ୍ଷଦଶୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe