୧୭ଦିନ ପର୍ଯ୍ୟନ୍ତ ମାଟି ତଳେ ସମ୍ପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା ନଅବର୍ଷର ବାଳିକା

୧୭ଦିନ ପର୍ଯ୍ୟନ୍ତ ମାଟି ତଳେ ସମ୍ପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା ନଅବର୍ଷର ବାଳିକା

ନୂଆଦିଲ୍ଲୀ: ନ୍ୟୁୟର୍କରେ ବସବାସ କରୁଥିବା ୩୪ବର୍ଷର କେଟି ବିୟର୍ସଙ୍କ ଅତିତ କଥା ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିବ ନିଶ୍ଚୟ। କେଟିଙ୍କୁ ୯ବର୍ଷ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ତା’ପୁଣି ଦିନ କି ଦୁଇଦିନ ପାଇଁ ନୁହେଁ, ୧୭ଦିନ ଧରି ସେ ଦୁଷ୍କର୍ମର ଶିକାର ହୋଇଥିଲେ।

publive-image

କେଟି ଏକ ରେଡିଓ ଚାନେଲ୍‌ରେ ସାକ୍ଷାତକାର ଦେଇ ତାଙ୍କ ପିଲାଦିନର ସେହି କାଳ ରାତ୍ରି ସମ୍ପର୍କରେ ବଖାଣି କହନ୍ତି, ‘୧୯୯୨ର କଥା, ମୋତେ ସେତେବେଳକୁ ୯ବର୍ଷ ହୋଇଥାଏ। କିଛିଦିନ ପରେ ମୋର ଜନ୍ମଦିନ ଥାଏ। ଏଥିପାଇଁ ମୋର ସମ୍ପର୍କୀୟ ମୋତେ ଉପହାର କିଣାଇ ଦେବେ ବୋଲି କହିଥିଲେ। ମୁଁ ପିଲା ଥିବାରୁ ସେମାନଙ୍କ ହାବଭାବକୁ ଠଉରାଇ ପାରି ନଥିଲି। ସେମାନଙ୍କ ସହିତ ଉପହାର କିଣିବାକୁ ଦୋକାନକୁ ଯାଇଥିଲି। ସେଠାରୁ ସେମାନେ ମୋତେ ଅପହରଣ କରି ଏକ ସୁଢ଼ଙ୍ଗ ଭିତରକୁ ନେଇଯାଇଥିଲେ। ଯାହାକି ମାଟିରୁ ୧୦ଫୁଟ ତଳେ ଥିଲା। ଘନ ଅନ୍ଧାର ଭିତରେ ମୋର ହାତ ଗୋଡରେ ଝଞ୍ଜିର ବାନ୍ଧି ରଖିଥିଲେ ।

publive-image

୧୭ଦିନ ପର୍ଯ୍ୟନ୍ତ ବାରମ୍ବାର ପ୍ରତିଦିନ ମୋ ସହିତ ଦୁଷ୍କର୍ମ କରିଚାଲି ଆସୁଥିଲେ ମୋ ସମ୍ପର୍କୀୟ। ମୁଁ ଯେତେ ଚିତ୍କାର କଲେ ମଧ୍ୟ ମୋର ସ୍ୱର ବାହାରକୁ ଶୁଣା ଯାଉ ନଥିଲା। ୧୭ଦିନ ପରେ ମୋତେ ସେଠାରୁ ବାହାର କରି ସମ୍ପର୍କୀୟ ଫେରାର ହୋଇଯାଇଥିଲେ। ମୁଁ ଏହି ଘଟଣା ସମ୍ପର୍କରେ କାହାକୁ କିଛି କହି ପାରୁ ନଥିଲି। ଧୀରେଧୀରେ ମନକୁ ଦୃଢ଼ କଲି । ସେଦିନର ଘଟଣାକୁ ଏକ ଖରାପ ସ୍ୱପ୍ନ ଭାବି ଭୁଲିବାକୁ ଲାଗିଲି। ମୋର ବିବାହ ହେଲା। ଏବେ ମୁୂଁ ଦୁଇଟି ସନ୍ତାନର ଜନନୀ। ସେଦିନର ଘଟଣା ମନେ ପଡ଼ିଲେ ଆଜି ବି ପାଦ ତଳୁ ମାଟି ଖସିଗଲା ପରି ଲାଗେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe